କନକତୋରା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସୀମାନ୍ତକୁ ବରଗଡ଼ ଜିଲ୍ଲା ବାରପାହାଡ଼ ପଟୁ ମହାନଦୀ ପାରି କରୁଥିବା ବେଳେ ଏକ ଛୁଆହାତୀ ପାଣିରେ ଭାସି ଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଏହୀ ହାତୀପଲ ଶୁକ୍ରବାର ମହାନଦୀ ପାରି ହୋଇ ବାଦିମାଲ ପଞ୍ଚାୟତ କୁଶମେଲ ଅଭିମୁଖେ ଆସୁଥିଲେ। ମାତ୍ର ପଲେର ଥିବା ଏକ ହାତୀ ଛୁଆ ପାଣିରେ ବୁଡ଼ି ଯାଇଥିଲା। ବର୍ତ୍ତମାନ ଏହି ହାତୀପଲ ଭିଖମପାଲି ପଞ୍ଚାୟତ ପୂଜାରୀପାଲିସ୍ଥିତ ହୀରାକୁଦ ଜଳଭଣ୍ଡାର ସୀମା ମଧ୍ୟରେ ଅଛନ୍ତି। ହାତୀଛୁଆର ମୃତଦେହକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ପୋତି ଦିଆଯାଇଛି। ହାତୀ ପଲ ଉପରେ ବନ ବିଭାଗ ନଜର ରଖିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ea.jpg)