ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ୍ ଡଙ୍ଗରତଳପଡ଼ା ନିକଟସ୍ଥ ଲମଟିଡୁଙ୍ଗୁରି ଓ କରାଡୁଙ୍ଗୁରି ମଝିରେ ଥିବା ପାଣିଥିବା ଗାତରୁ ଏକ ହାତୀଛୁଆକୁ ରବିବାର ଦିନ ବନବିଭାଗ ଉଦ୍ଧାର କରିଛି। ୫ରୁ ୭ ବର୍ଷର ହାତୀଛୁଆଟି ଭୋର୍ ସମୟରେ ହାତୀପଲ ସହ ଆସି ଖସିପଡ଼ିଥିବା ଅନୁମାନ କରାଯାଇଛି।
ରବିବାର ସକାଳେ ସ୍ଥାନୀୟ ଲୋକେ ହାତୀଛୁଆଟି ଗାତ ଭିତରେ ପଡ଼ିଥିବା ଦେଖି ନର୍ଲା ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟା ଧରି ଜେସିବି ସାହାଯ୍ୟରେ ମାଟି କାଢ଼ି ରାସ୍ତା କରିଥିଲେ। ରାସ୍ତା କଲାପରେ ହାତୀଛୁଆଟି ବାହାରି ଜଙ୍ଗଲକୁ ଚାଲିଯାଇଥିଲା।