ନିରାକାରପୁର : ନିରାକାରପୁର ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲଙ୍କ ଯୋଗୁଁ ଏବେ ପରିବା ଚାଷୀ ଚିନ୍ତାରେ ପଡ଼ିଥିବାବେଳେ ଏମାନଙ୍କ ଭୟରେ ସନ୍ଧ୍ୟା ହେଲେ ଲୋକେ ପଦାକୁ ବାହାରି ପାରୁନାହାନ୍ତି। ଏପରିକି, ଛାତ୍ରଛାତ୍ରୀ ସନ୍ଧ୍ୟାରେ ଟିଉସନ୍ ଯିବାକୁ ମଧ୍ୟ ଭୟ କଲେଣି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ସତ୍ବେ ହାତୀପଲକୁ ଘଉଡାଇବାରେ ବନବିଭାଗ ବିଫଳ ହେଉଛି। ଯଦ୍ବାରା ପରିବା ସମେତ ଅନ୍ୟାନ୍ୟ ଚାଷକରି ପରିବାର ପ୍ରତିପୋଷଣ କରୁଥିବା ଚାଷୀକୁଳ ମୁଣ୍ତରେ ହାତ ଦେଇ ବସିଲେଣି।

Advertisment

publive-image

ଓଳସିଂହ ପଂଚାୟତ ଡମଣଭୂମୀ ଗ୍ରାମର ପରିବା ଚାଷୀ କେଳୁଚରଣ ପ୍ରଧାନ ଓ ପ୍ରକାଶ ପ୍ରଧାନ ବେରଣାଠାରେ ୨ମାଣରୁ ଅଧିକ ଜମିରେ ପରିବା ଚାଷ କରିଥିଲେ। ଅମଳ ବେଳକୁ ହାତୀ ଫସଲ କିଆରିରେ ପଶି ଫସଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି।