ତରଭୁଜ ଫସଲ ଦଳିଦେଲେ ହାତୀପଲ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି। କେଉଁଠି ହାତୀ ବଗିଚା ଉଜାଡ଼ୁଛି ତ ଆଉ କେଉଁଠି ଘରଭାଙ୍ଗି ଧାନଚାଉଳ ଖାଉଛି। ବର୍ଷତମାମ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟାପଡ଼ା ପଞ୍ଚାୟତ କନ୍ତଲେଇ ଗ୍ରାମର ଭୋଳେଶ୍ବର ପାତ୍ରଙ୍କ ତରଭୁଜ ବଗିଚାରେ ହାତୀପଲ ପଶି ତରଭୁଜ ଖାଇବା ସହ ମାଡ଼ିଦଳି ନଷ୍ଟ କରିଛନ୍ତି।

ଜାମୁନାଳିଆରେ ୧୦ ଏକରରୁ ଊର୍ଦ୍ଧ୍ବ ଜମିରେ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ତରଭୁଜ ଚାଷ କରିଥିଲେ। ବର୍ତ୍ତମାନ ଗଛ ବଢ଼ି ଫୁଲଫଳ ଧରିଲାଣି। ଏପ୍ରିଲ ମାସ ପହିଲାରେ ଫସଲ ଅମଳ ହେବା କଥା। ପ୍ରାୟ ୬/୭ଲକ୍ଷ ଟଙ୍କାର ତରଭୁଜ ବିକ୍ରି କରିବେ ବୋଲି ଆଶା ରଖିଥିଲେ ଭୋଳେଶ୍ବର। ହାତୀପଲ ତରଭୁଜ ଚାଷକୁ ନଷ୍ଟ କରିଦେଇଛି। ଧାରକରଜ କରି ତରଭୁଜ ଚାଷ କରିଥିଲେ ଭୋଳେଶ୍ବର। ବନ ବିଭାଗ ପକ୍ଷରୁ ତୁରନ୍ତ ତାଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଏନେଇ ରେଞ୍ଜର ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର