ମାଲ ଗାଡ଼ି ଧକ୍କାରେ ମାଈ ହାତୀର ମୃତ୍ୟୁ

ରାଉରକେଲା : ଓଡ଼ିଶା -ଝାରଖଣ୍ଡ ସୀମାନ୍ତ ବିଶ୍ରା ଜରେଇକେଲା ଓ ମନୋହରପୁର ମଝିରେ ଏକ ମାଲ ଗାଡ଼ି ଧକ୍କାରେ ମାଈ ହାତୀର ମୃତ୍ୟୁ ହୋଇଛି l ହାତୀ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ରେଳରୋକ କରିଥିଲେ l

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ବିଶ୍ରା ବ୍ଲକ୍ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ଏହାପରେ ସ୍ଥାନୀୟ ଲେକେ ରାସ୍ତାରୋକ କରି ମାଲଗାଡ଼ିକୁ ଅଟକାଇଥିଲେ। ମାତ୍ର ଦୁର୍ଘଟଣା ଘଟାଇବା ପରେ ମାଡ଼ ଭୟରେ ମାଲ ଗାଡିର ଡ୍ରାଇଭର ଓ ଗାର୍ଡ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେl ରେଳ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା l ପ୍ରାୟ ତିନି ଘଣ୍ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା l ସରଣ୍ଡା ବନଖଣ୍ଡ ଅଧିକାରୀ ପହଞ୍ଚି ମୃତ ହାତୀ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଥିବାର ସୂଚନା ମିଳିଛି l ରାଉରକେଲା ବନଖଣ୍ଡର ଅନତି ଦୂରରେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର