କଟକ ଡାଳିଯୋଡା ରେଞ୍ଜରେ ଅସୁସ୍ଥ ମାଈହାତୀର ମୃତ୍ୟୁ, ପୂର୍ବରୁ ହାତୀକୁ ଗୁଳି କରିଥିଲେ ଶିକାରୀ

ଚୌଦ୍ୱାର : କଟକ ଜିଲ୍ଲାର ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଆହତ ହାତୀ ପ୍ରାଣ ହରାଇଥିବା ଜଣାଯାଇଛି । ଗୁଳି ମାଡ଼ ଯୋଗୁଁ ଗତ ୪ ଦିନ ହେଲା, କଟକ ବନଖଣ୍ଡ ଡାଳିଯୋଡା଼ ରେଞ୍ଜ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଥିବା ହାତୀ ଶେଷରେ ଆଖି ବୁଜି ଦେଇଛି ।

ସୂଚନାଯୋଗ୍ୟ, ଏହି ମାଈ ହାତୀକୁ ଶିକାରୀ ଗୁଳି କରିଥିବା ସୂଚନା ମିଳିଥିଲା। ମଙ୍ଗରାଜପୁର ପଂଚାୟତର ବାଂଝିଆମା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ କିଛି ଦିନ ତଳେ ଶିକାରୀ ଏହି ମାଈହାତୀର ଡାହାଣପଟ ଗୋଡ଼କୁ ଗୁଳି କରିଥିଲେ। ଶିକାରୀ ସାଧାରଣ ଭାବେ ଅଣ୍ତିରା ହାତୀକୁ ଟାର୍ଗେଟ କରୁଥିବା ବେଳେ ଭୁଲରେ ଗୁଳିଟି ମାଈହାତୀ ଗୋଡ଼ରେ ବାଜିବା ଆଶଙ୍କା କରାଯାଉଛି। ଏହି ମାଈହାତୀଟି ବାଂଝିଆମା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବୁଲାବୁଲି କରୁଥିବା ବେଳେ ଆଜି ହଠାତ୍ ମୁମୂର୍ଷୁ ଅବସ୍ଥାରେ ଶୋଇ ରହିଥିଲା। ହାତୀର ଡାହାଣ ଗୋଡ଼ରେ ଯେଉଁଠି ଗୁଳି ବାଜିଛି ସେ ଜାଗାରୁ ପୂଜ ବାହାରୁଥିବାରୁ ସେ ଏବେ ବଂଚିବା ପାଇଁ ସଂଗ୍ରାମ କରୁଥିଲା।

image source-newspost

ଏ ସମ୍ପର୍କରେ ବନବିଭାଗ କର୍ମଚାରୀ ବାଂଝିଆମା ଗ୍ରାମର କିଛି ବାସିନ୍ଦାଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ ନନ୍ଦନକାନନର କର୍ମଚାରୀ ଆସି ତା’ର ଚିକିତ୍ସା କରିଥିବା ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର