ସାଲେଭଟା: ଆଗଲପୁର (ଡୁଡୁକା) ବକଟି ଜଙ୍ଗଲରେ ଏକ ହାତୀ ଶାବକର ମୃତଦେହ ମିଳିଛି। ଖବରପାଇ ସାଲେଭଟା ଫରେଷ୍ଟର ସୁନୀଳ ମିଶ୍ର, ଏସସିଏଫ ଗୌତମ ନାଏକ ଘଟଣାର ଅନୁଧ୍ୟାନ କରିଛନ୍ତି। ଆଗଲପୁର ପ୍ରାଣୀଧନ ଚିକିତ୍ସକ ହିମାଂଶୁ ନାଏକ ଶବ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ଏହି ମୃତ ହାତୀଛୁଆକୁ ପୋତି ଦିଆଯାଇଛି। ଏ ସଂପର୍କରେ ଲୋଇସିଂହା ରେଞ୍ଜର ରାଜକିଶୋର ନାଏକଙ୍କୁ ପଚାରିବାରୁ, ବକଟି ଗ୍ରାମ୍ୟ ଜଙ୍ଗଲରେ ଏକ ହାତୀ ମୃତ ଛୁଆକୁ ଜନ୍ମ ଦେଇ ସକାଳ ହେବାରୁ ଜଙ୍ଗଲ ଭିତରକୁ ଚାଲିଯାଇଛି ବୋଲି କହିଛନ୍ତି। ବିଗତ କିଛି ବର୍ଷ ହେଲା ହାତୀମାନେ ଧନଜୀବନ ନଷ୍ଟ କରି ଆସୁଛନ୍ତି। ହାତୀ- ମଣିଷ ଲଢ଼େଇରେ ବକଟି ଗ୍ରାମରେ ୨ଜଣ ମଣିଷ ଓ ୩ଟି ହାତୀ ମୃତ୍ୟୁ ହୋଇଛି।
ହାତୀ ଶାବକର ମୃତ ଦେହ ଉଦ୍ଧାର
/sambad/media/post_attachments/wp-content/uploads/2017/11/SBPHO14-Salebhata-Hati-Bakti-14.11.2017.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)