କଳାହାଣ୍ଡିରେ ହାତୀ ମଡ଼କ : ଆଉ ଏକ ମାଈ ହାତୀର ମୃତ୍ୟୁ, ୧୨ ଦିନରେ ୪ଟି ମଲେଣି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ପୁଣି ଏକ ମାଈ ହାତୀର ମୃତ୍ୟୁ ହେବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ୧୨ ଦିନରେ ୪ ଟି ମାଈ ହାତୀ ମୃତ୍ୟୁ ହୋଇଛି। ବନ ବିଭାଗ ପକ୍ଷରୁ ଏହା ଭୂତାଣୁଜନିତ ମୃତ୍ୟୁ ବୋଲି ସଫେଇ ଦେଉଥିଲେ ମଧ୍ୟ ବିଭାଗର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଶୁକ୍ରବାର କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ନିକଟ ନାଳାରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଖବର ପାଇ ବନ ବିଭାଗ ଓ ଜିଲ୍ଲା ପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗତ ୧ତାରିଖରେ କର୍ଲାପାଟ ନିକଟରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେହିଭଳି ୮ତାରିଖରେ କର୍ଲାପାଟର ଘୁଷୁରିଗୁଡ଼ି ନିକଟରେ ୨ୟ ମାଈ ହାତୀର ମୃତ୍ୟୁ ହୋଇଥିଲା। ୧୧ ତାରିଖରେ ୩ୟ ମାଈ ହାତୀର ମୃତ୍ୟୁ ଏବଂ ଶୁକ୍ରବାର ଘୁଷୁରିଗୁଡ଼ି ନିକଟ ନାଳାରେ ୪ର୍ଥ ମାଈ ହାତୀର ମୃତ୍ୟୁ ହୋଇଛି। ପ୍ରାଣୀ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ ନିକଟସ୍ଥ ଗାଁର ପ୍ରାଣୀମାନଙ୍କୁ ଟିକାକରଣ କରାଯାଇଛି। ଶନିବାର ଓୟୁଏଟିର ଏକ ଟିମ୍‌ କଳାହାଣ୍ଡି ଗସ୍ତରେ ଆସିବେ। ସେମାନେ ହାତୀ ମଡ଼କର ତଦନ୍ତ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର