ଢେଙ୍କାନାଳ: କପିଳାସ ହାତୀ ରେସକ୍ୟୁ ସେଣ୍ଟରରେ ଥିବା ଚାରି ବର୍ଷର ଦନ୍ତା ହାତୀ ହିରୋର ମୃତ୍ୟୁ। ସୂଚନାଯୋଗ୍ୟ ଯେ ଗତ ୨୦୧୮ରେ ହିରୋକୁ ସମ୍ବଲପୁର ଜିଲ୍ଲା ବାମରା ବନ ଖଣ୍ଡର କିସିନ୍ଦା ସରଂକ୍ଷିତ ଜଙ୍ଗଲରୁ ଉଦ୍ଧାର କରି ଅଣାଯାଇଥିଲା। ସେ ରେସକ୍ୟୁ ସେଣ୍ଟରରେ ରହି ପର୍ୟ୍ୟଟକଙ୍କ ମନ ମୋହୁ ଥିଲା।ସବୁଠାରୁ ଛୋଟ ହାତୀ ହିରୋ ଥିଲା। ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି ଯେ ଆଜି ୧୨ଟା ୩୦ରେ ହଠାତ କୋଲପ୍ସ ହୋଇ ଯାଇଥିଲା। ତାପରେ ତାର ମୃତ୍ୟୁ ହୋଇ ଯାଇଥିଲା। ଶବ ବ୍ୟବଛେଦ ପରେ କାରଣ ଜଣାପଡିବ ବୋଲି ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
କପିଳାସ ହାତୀ ରେସକ୍ୟୁ ସେଣ୍ଟରରେ ଥିବା ଚାରି ବର୍ଷର ଦନ୍ତା ହାତୀ ହିରୋର ମୃତ୍ୟୁ
/sambad/media/post_attachments/wp-content/uploads/2021/02/images-14-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)