କେନ୍ଦୁଝର ତରମାକାନ୍ତରେ ଛୁଆ ହାତୀ ମୃତ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ବନ ବିଭାଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଭୂଇଁଆ ଜୁଆଙ୍ଗ ପୀଢ଼ ଅନ୍ତର୍ଗତ ତରମାକାନ୍ତଠାରେ  ଛୁଆ ହାତୀର ମୃତଦେହ ମିଳିବା ଖବର ପାଇ ଏବେ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ମୃତ୍ୟୁ ପଛର କାରଣ ଖୋଜିବା ଆରମ୍ଭ କରିଛି। ମୃତ ଛୁଆ ହାତୀର ବୟସ ୩-୪ବର୍ଷ ବୋଲି ଜଣା ପଡ଼ିଥିବା ବେଳେ ୨-୩ଦିନ ତଳୁ ତା’ର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ। ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଆଜି ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ଘଟଣାଟି ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର