ବିଶ୍ୱ ହାତୀ ଦିବସରେ ଓଡ଼ିଶାରେ ହାତୀ ମୃତ

ସମ୍ବଲପୁର : ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଥିବାବେଳେ ଓଡ଼ିଶାରେ ଏକ ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଧମା ବନାଞ୍ଚଳ ଅଧିନସ୍ଥ ଦିଗଝରଣ ଗ୍ରାମରେ ଏହି ଘଟଣା ଘଟିଛି । ଗ୍ରାମବାସୀମାନେ ଆଜି ଏକ ହାତୀର ମୃତଦେହ ପଡ଼ିଥିବା ଦେଖିବା ପରେ ବନବିଭାଗକୁ ଖବର ଦେଇଛନ୍ତି । ତେବେ ଖବର ଲେଖାହେବା ବେଳକୁ କେବଳ ଜଣେ ଫରେଷ୍ଟ ଗାର୍ଡଙ୍କ ବ୍ୟତୀତ ବନ ବିଭାଗର ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିନଥିବା ଜଣାପଡ଼ିଛି ।

ଏହି ହାତୀ ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ଜଙ୍ଗଲରେ ଘୁରିବୁଲୁଥିବା ଗ୍ରାମବାସୀମାନେ ଦେଖିଥିଲେ । ଏ ସଂପର୍କରେ ୩ ଦିନ ତଳେ ବନ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ବନ ବିଭାଗ ଏନେଇ କୌଣସି ପଦକ୍ଷେପ ନେଇନଥିବାରୁ ହାତୀ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ହାତୀର ଶବବ୍ୟବଚ୍ଛେଦ ହେବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର