ମାଈ ହାତୀ ଶାବକର ମୃତ୍ୟୁ

ବଣାଇଁଗଡ : ସୁନ୍ଦରଗଡ ଜିଲ୍ଲା ବଣାଇଁ ବନଖଣ୍ତ ଜର୍ଡା ମଜୁରଡିମା ସେକ୍ସନ୍‌ର କେଲୋ ବିଟ୍‌ ଅଧୀନସ୍ଥ ସ˚ରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀ ଶାବକର ମୃତ୍ୟୁ ଘଟିଛି। ସେ ଗତ ୨୩ ତାରିଖରୁ ଅସୁସ୍ଥ ଥିଲା। ସହକାରୀ ବନ ସ˚ରକ୍ଷକ ଏନ୍‌ଏସ ଜେ.ପି ସି˚ଙ୍କ ସୂଚନା ମୁତାବକ, କେଲୋଠାରୁ ପ୍ରାୟ ୬ କିଲୋମିଟର ଦୂର ଘଞ୍ଚ ଜଙ୍ଗଲରେ ଅସୁସ୍ଥ ମାଈ ହାତୀ ଶାବକକୁ ଠାବ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଗତକାଲି ସକାଳେ ହାତୀ ଶାବକର ମୃତ୍ୟୁ ଘଟିବା ପରେ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି।

ସମ୍ବନ୍ଧିତ ଖବର