୧୦ ଦିନ ଧରି ଅସୁସ୍ଥ ରହିବାପରେ ପ୍ରାଣ ହରାଇଲା ମାଈ ହାତୀ

କେନ୍ଦୁଝର:୧୦ ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲା ମାଈ ହାତୀ । କେନ୍ଦୁଝର ଜିଲ୍ଲା ଉପରିସୁମଠ ଗ୍ରାମ ନିକଟରେ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଛି । ହାତୀ ଅସୁସ୍ଥ ହୋଇ ପଡି ରହିଥିବା ବେଳେ ଏହାର ଚିକିତ୍ସା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ୨ଟି ଡାକ୍ତରୀ ଦଳ ଚିକିତ୍ସା କରିଥିଲେ । ହେଲେ ହାତୀକୁ ସୁସ୍ଥ କରିପାରିଲେନି । ତେବେ ହାତୀଟି କେଉଁ ସଂକ୍ରମଣର ଶିକାର ହୋଇଥିଲା ତାହା ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ବନବିଭାଗ ।

Odisha Tri-N

ନନ୍ଦନକାନନରେ ୪ଟି ହାତୀର ଜୀବନ ଯିବା ପରେ କେନ୍ଦୁଝର ଜିଲ୍ଲା ଉପରସୁମଠ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ଛଟପଟ ହେଉଥିଲା । କିଛି ଦିନ ତଳେ ଏକ ୫ଟିକିଆ ହାତୀପଲ ସ୍ଥାନୀୟ ଅଂଚଳକୁ ପଶିଆସି ଧାନ ଖାଉଥିବାର ଦେଖିବାକୁ ମିଳିଥିଲା । ତେବେ ସେହି ହାତୀ ମଧ୍ୟରୁ ଏକ ହାତୀ ଧାନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ବନବିଭାଗର ଏକ ଫ୍ଲାଇଂ ସ୍କ୍ୱାର୍ଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହାତୀର ଚିକିତ୍ସା ନିମନ୍ତେ ଶିମିଳିପାଳ ଓ ନନ୍ଦନକାନନରୁ ୨ଟି ଡାକ୍ତରୀ ଦଳ ଆସିଥିଲେ, ମାତ୍ର ସେମାନେ ହାତୀଟି କେଉଁ ସଂକ୍ରମଣର ଶିକାର ହୋଇଥିଲା ତାହା ଚିହ୍ନଟ କରିପାରିନଥିଲେ। ତେବେ ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ହରପିସ ଭୁତାଣୁଜନିତ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର