ଟ୍ରେନ୍‌ ଧକ୍କାରେ ହାତୀମୃତ୍ୟୁ ଘଟଣା : ସହକାରୀ ଗିରଫ, ଡ୍ରାଇଭର୍‌ ଫେରାର୍‌

କେନ୍ଦୁଝର : ମାଲବାହୀ ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ଘଟଣାରେ ସହକାରୀ ଲୋକୋ ପାଇଲଟ ଗିରଫ ହୋଇଥିବା ବେଳେ ମୁଖ୍ୟ ଲୋକୋ ପାଇଲଟ ଫେରାର ଅଛନ୍ତି। ଅପରପକ୍ଷରେ ଆଡିସନାଲ ପିସିସିଏଫ୍‌ (ଅତିରିକ୍ତ ପ୍ରମୁଖ ବନ ସଂରକ୍ଷକ) ଆଜି କେନ୍ଦୁଝରରେ ପହଞ୍ଚି ତଦନ୍ତ କରିଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି।

ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ୯ଟି ହାତୀ ରେଳ ଧାରଣା ପାର ହେଉଥିଲେ। ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ଆଜି ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ପିସିସିଏଫ୍‌ ଶଶୀ ପଲ୍‌ କେନ୍ଦୁଝର ଆସି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ଅବସରରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ରୋହିତ ମାରାଣ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଲୋକୋ ପାଇଲଟ ଜଗନମୟ ବଳ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର