ରାୟଗଡା: ଜିଲ୍ଲାର ଗୁଣୁପୁର ଅଂଚଳରେ ପୁଣି ହାତୀ ମାତିଛନ୍ତି। ଏକର ଏକର ଚାଷ ଜମିରେ ଧାନ ଫସଲ ନଷ୍ଟ କରିଦେଲେ। ଏବେ ଅମଳ କରିବାର ବେଳ ଥିବା ବେଳେ ହାତୀ ଜମିରେ ପଶି ଧାନ ଫସଲ ଖାଇଗଲେ। ଗୁଣପୁର ଅଂଚଳର ଇନ୍ଦ୍ରଗୁଡା, କାରୁଗୁଡା, ହାଉସିଂବୋର୍ଡ ଗାଁରେ ହତୀ ପଶି ଉତ୍ପାତ ମଚାଇଛି। ହାତୀ ଦଳରୁ ଦୁଇଟି ହାତୀ ଏବେ ଗୁଣୁପୁର ଅଂଚଳରେ ରହିଛନ୍ତି। ସଂଧ୍ୟା ହେଲେ ଗାଁ ଭିତରେ ପଶି ଉତ୍ପାତ କରୁଛନ୍ତି। ଗାଁ ଲୋକେ ଏବେ ଆତଙ୍କ ମଧ୍ୟରେ ରହିଛନ୍ତି। ଶେଫାଳୀ ପାହାଡ ନିକଟରେଏହି ଦୁଇ ହାତୀ ବୁଲୁଥିବା ଲୋକେ ଦେଖିଛନ୍ତି। ଶେଫାଳୀ ପାହାଡ ନିକଟରେ ରହିଥିବା ହନୁମାନ ମନ୍ଦିର ନିକଟରେ ଥିବା ସବୁ ଜମରେ ପଶି ହାତୀ ଧାନ ଫସଲ ଖାଇଗଲେ। ବନ ବିଭାଗ ଦୁଇ ହାତୀଙ୍କ ଉପରେ ନଜର ରଖିଥିବା କହିଛି।ତେବେ ହାତୀ କାହାରି କିଛି କ୍ଷତି କରିନଥିବା କହିଛନ୍ତି।
ତେବେ ଚାଷୀଙ୍କର ଧାନ ଜମିରେ ପଶି ଧାନ ଖାଇଯିବା ଘଟଣା ମଧ୍ୟ ବନ ବିଭାଗ ପାଖରେ ନଥିବା ଦେଖିବାକୁ ମିଳିଛି। ଦୁଇ ହାତୀ ଏବେ ଗୁଣୁପୁର ଅଂଚଳରେ ବୁଲୁଛନ୍ତି।ସୀମାନ୍ତ ଗ୍ରାମଗୁଡିକର ଲୋକେ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି।ବନ ବିଭାଗ ପକ୍ଷରୁ ହାତୀ ବୁଲୁଥିବା ଗାଁଗୁଡିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଦର୍କ କରାଯାଉଥିବା କୁହାଯାଇଛି। ଏଥିସହ ହାତୀଙ୍କ ଉପରେ ବନ ବିଭାଗ ୨୪ ଘଣ୍ଟା ନଜର ରଖିଥିବା କହିଛି। ରାତି ହେଲେ ହାତୀ ଦ୍ବୟ ଜଂଗଲରୁ ଗାଁ ମୁହାଁ ହେଉଥିବାରୁ ବନ ବିଭାଗ ପକ୍ଷରୁ ତୁରନ୍ତ ହାତୀ ଦ୍ବୟଙ୍କୁ ଜଂଗଲ ଭିତରକୁ ପୁଣି ଘଉଡେଇବାକୁ ଦାବି ହୋଇଛି। ଏଥିସହ ହାତୀ ନଷ୍ଟ କରିଥିବା ଧାନ ଚାଷର କ୍ଷତିପୂରଣ ଦାବି କରିଛନ୍ତି। ଗଜପତି ଏବଂ ଆନ୍ଧ୍ର ସୀମାନ୍ତ ହୋଇଥିବାରୁ ହାତୀ ଦ୍ବୟ ଗୋଟିଏ ସ୍ଥାନର ଅନ୍ୟ ସ୍ଥାନକୁ ଯିବା ଆସିବା କରୁଛନ୍ତି।
ଦିନରେ ହାତୀ ଦ୍ବୟ ଜଂଗଲରୁ ବାହାରୁନଥିବା ବେଳେ ରାତି ହେଲେ ଜଂଗଲରୁ ବାହାରୁଛନ୍ତି। ବିଶେଷକରି ଜଂଗଲ ନିକଟରେ ରହିଥିବା ଚାଷ ଜମିକୁ ହାତୀ ଦ୍ବୟ ଟାର୍ଗେଟ କରୁଛନ୍ତି। ହାଉସିଂ ବୋର୍ଡ ଗାଁ ନିକଟରେ ଦୁଇ ହାତୀ ବର୍ତ୍ତମାନ ବୁଲୁଥିବା ଲୋକେ କହିଛନ୍ତି। କୌଣସି ଅଘଟଣ ଘଟିବା ପୂର୍ବରୁ ହାତୀ ଦୁଇଟିକୁ ପୁଣି ଜଂଗଲ ଭିତରକୁ ଫେରେଇବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Rgda-Elephant-destroy-paddy-2.jpg)