୩୩ କେଭି ବିଦ୍ୟୁତର ଆଘାତରେ ଦନ୍ତା ହାତୀର ମୃତ୍ୟୁ!

ବରଗଡ଼: ବରଗଡ଼ ଜିଲ୍ଲାରେ ଅମ୍ବାଭନା ବ୍ଲକ ଅଞ୍ଚଳରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅମ୍ବାଭନା ବ୍ଲକ ଅନ୍ତର୍ଗତ ଗଂଗେଇ ଗାଁରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି|  ଅମ୍ବାଭନା ଜଙ୍ଗଲରେ ବାରହା ଥିବା ହେତୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ଏଣୁ ସେମାନେ ବାରହା ଆକ୍ରମଣ ଏବଂ ଫସଲ ନଷ୍ଟରୁ ରକ୍ଷା ପାଇବାଲାଗି ଚାଷ ଜମିରେ ଫାସ ପକାଇଥିଲେ।

ଚାଷ ଜମିରେ ୩୩ କେଭି ବିଦ୍ୟୁତ ସଂଯୋଗ ରହିଥିଲା। ଦନ୍ତା ହାତୀ ଏହି ଫାସରେ ପଡ଼ିବା ଫଳରେ ତାର ମୃତ୍ୟୁ ଘଟିଥିବା କୁହାଯାଉଛି। ଆଜି ସକାଳେ ଏହି ଖବର ପ୍ରଚାରିତ ହେବାପରେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଖବର ପାଇ ଡିଏଫଓଙ୍କ ସମେତ ବନ ବିଭାଗର ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ସେଠାରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ତେବେ ଏହି ଦନ୍ତା ହାତୀଟି କେଉଁ ଅଞ୍ଚଳରୁ ଆସିଥିଲା, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର