ଯୁଯୁମୁରା: ପ୍ରାୟ ମାସକ ପରେ ପୁଣି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଅଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ଭୀମଖୋଜ ଅନ୍ତର୍ଗତ ରଘୁଡେରା ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ଦନ୍ତା ହାତୀର ଶବ ଠାବ କରାଯାଇଥିବାର ସୂଚନା ମିଳିଛି। ଉକ୍ତ ହାତୀଟି ବାରହା ଫାଶରେ ପଡ଼ି ପ୍ରାଣ ହରାଇଥିବାର ସନ୍ଦେହ କରାଯାଉଛି। ଏନେଇ ଖବର ପାଇ ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀର ମୃତଦେହକୁ ଜବତ କରି ବନ ବିଭଗ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସ ୭ ତାରିଖରେ ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ପଡ଼ିଆବାହାଲ ରେଞ୍ଜ ଅନ୍ତର୍ଗତ ଲଦଲଦି ଗ୍ରାମ୍ୟ ଜଙ୍ଗଲରୁ ଏକ ମାଈ ହାତୀର ଶବ ଠାବ କରାଯାଇଥିଲା। ମୃତ ହାତୀ ବୟସ ୨୫ରୁ ୩୦ ବୟସ ହେବ ବୋଲି ଜଣାଯାଇଥିଲା। ଶରୀରର ଅନ୍ତଃନଳୀ ମୋଡ଼ି ହେବା ଫଳରେ ସେଫ୍ଟିସେମିଆ ହୋଇ ୩ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ କରିଥିବା ପ୍ରାଣୀଧନ ଚିକିତ୍ସକ ମତ ଦେଇଥିଲେ।
ଖବର ପାଇ ସମ୍ୱଲପୁର ଡିଏଫ୍ଓ ବିଶ୍ଵନାଥ ନିଲନ୍ନଭର, ଏସିଏଫ୍ ମଦନ ଲାଲ ଶର୍ମା ଓ ପଡ଼ିଆବାହାଲ ରେଞ୍ଜର ପବିତ୍ର ମୋହନ ମାଝୀ ପହଂଚିଥିବା ବେଳେ ଅପରାହ୍ଣ ଭାରପ୍ରାପ୍ତ ଆର୍ସିସିଏଫ୍ ଡ. ଅରୁଣ କୁମାର ମିଶ୍ରଙ୍କ ଘଟଣାସ୍ଥଳରେ ପହଂଚି ସ୍ଥିତି ନିରୀକ୍ଷଣ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଘଟଣାସ୍ଥଳରେ ହିଁ ହାତୀକୁ ପୋତି ଦିଆଯାଇଥିଲା। ବିଭାଗୀୟ ଅଧିକାରୀ ଓ ଟାମ୍ପରଗଡ଼ ସରପଞ୍ଚ କ୍ଷୀରୋଦ ରାଉଳଙ୍କ ଉପସ୍ଥିତିରେ ଚିପିଲିମାସ୍ଥିତ ରାଜ୍ୟ ପ୍ରାଣୀ ପରୀକ୍ଷାଗାରର ପାଥୋଲେଜି ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସେଠୀ, ଯୁଯୁମୁରା ବିଭିଓ ଡାକ୍ତର ଅମ୍ରିତ ସାହୁ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ପଲ୍ଲବୀରାଣୀ ପଟେଲ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଟାମ୍ପରଗଡ଼ ଏଲ୍ଆଇ ତରୁଣ ଦେହୁରୀ, ହାତୀବାରୀ ଏଲ୍ଆଇ ମହେଶ୍ୱର ଦୀପ, ଆଟେଣ୍ଡାଣ୍ଟ ଅଜୟ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ମାସରେ ଏକ ଗୁଳିବିଦ୍ଧ ହାତୀ ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ସାପଲହରା ଗାଁ ପୋଖରୀକୁ ପାଣି ପିଇବାକୁ ଆସି ଆଉ ଯାଇପାରିନଥିଲା। ୨/୩ ଦିନ ପର୍ଯ୍ୟନ୍ତ ସେଠାରେ ପଡ଼ି ରହିବା ପରେ ପୋଖରୀ ଭିତରେ ହିଁ ତାର ମୃତ୍ୟ ଘଟିଥିଲା। ଚିକିତ୍ସା ଅବହେଳା କାରଣରୁ ହାତୀର ମୃ୍ତ୍ୟୁ ହୋଇଥିବା ଗାଁ ଲୋକେ ସେତେବେଳେ ଅଭିଯୋଗ ଆଣିଥିଲେ। ସେହିପରି ଗତ ଜୁଲାଇ ମାସରେ ଧମା ରେଂଜ ଅଂଚଳ ତବଲେଇ-ଦେଓଗାଁ ସଂରକ୍ଷିତ ଜଂଗଲରୁ ପୋଡ଼ାଜଳା ଅବସ୍ଥାରେ ଥିବା ୨ଟି ହାତୀ କଙ୍କାଳ ଜବତ କରାଯାଇଥିଲା।
ମାସକ ପରେ ପୁଣି ଯୁଯୁମୁରାରେ ହାତୀର ଶବ ଠାବ, ବାରହା ଫାଶରେ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ
/sambad/media/post_attachments/wp-content/uploads/2023/01/elephant-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)