ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କରମଙ୍ଗି ଗ୍ରାମରେ ହାତୀପଲ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି। ରାତି ପ୍ରାୟ ୮ଟାବେଳେ ୩ଟି ହାତୀ ଗ୍ରାମରେ ପଶିଥିଲେ।
ଯମୁନା ନାୟକଙ୍କ ଘର ଭାଙ୍ଗି ୨ ବସ୍ତା ଚାଉଳ ଓ ଗୋଟିଏ ଡୋଲି ଧାନ ଖାଇଦେଇଛନ୍ତି। ସଞ୍ଜ ନଇଁବା ମାତ୍ରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁରେ ପଶି ଉତ୍ପାତ କରୁଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
କ୍ଷତିଗ୍ରସ୍ତ ଯମୁନାଙ୍କୁ ସରକାରୀ ସହାୟତା ସହ ଏକ ପକ୍କାଘର ଯୋଗାଇ ଦେବାକୁ ପୂର୍ବତନ ସମିତିସଭ୍ୟ ବିବେକାନନ୍ଦ ନାୟକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/WhatsApp-Image-2024-07-10-at-11.34.31-PM.jpeg)