ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ଉପଖଣ୍ଡରେ ରବିବାର ଠାରୁ ଏକ ଜଙ୍ଗଲୀ ଦନ୍ତାହାତୀ ଗାଁଗାଁରେ ବୁଲୁଥିବା ଦେଖିବାକୁ ମିଳୁଛି। ଦନ୍ତାକୁ ଦେଖି ସାଧାରଣ ଲୋକେ ଭୟଭୀତ ଭାବରେ ଅଛନ୍ତି।
ରବିବାର ଦିନ ଦନ୍ତା ହାତୀଟି ଜିଲ୍ଲାର ଉଲୁଣ୍ଡା ବ୍ଲକରେ ଘୁରି ବୁଲୁଥିବା ବେଳେ ରାତି ପ୍ରାୟ ୧୧ଟା ବୀରମହାରାଜପୁର ସହରରେ ପ୍ରବେଶ କରିଥିଲା। ଦନ୍ତାଟି ବମରାଜ୍ ପଟରୁ କେନାଲ ରାସ୍ତା ଦେଇ ବୀରମହାରାଜପୁର ସହରରେ ପ୍ରବେଶ କରିଥିଲା। ପ୍ରଥମେ ବାଘମାରି, କଲେଜ ଛକ ଦେଇ ତ୍ରିବେଣୀ ଛକ ପର୍ଯ୍ୟନ୍ତ ଆସିଥିଲା ତେବେ ହାତୀ ପଛରେ ଆସୁଥିବା ବନ ବିଭାଗ କର୍ମଚାରୀ, ପୁଲିସ ଏବଂ ସାଧାରଣ ଲୋକଙ୍କ ପାଟି ତୁଣ୍ଡ ଯୋଗୁଁ ଫେରି ଯାଇ କଲାପଥର ରାସ୍ତାରୁ ଦନ୍ତାଟି ଘିକୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଦିନ ସାରା ଥିବା ପରେ ସନ୍ଧ୍ୟାରେ ଘିକୁଣ୍ଡି ଜଙ୍ଗଲରୁ ବାହାରି ଜଙ୍ଗଲ ଭିତରେ ଭିତରେ ହରିହରଯୋର ନିକଟସ୍ଥ ଜଙ୍ଗଲରେ ଥିବା ନେଇ ବନ ବିଭାଗର ଉଲୁଣ୍ଡା ରେଞ୍ଜର ସୂଚନା ଦେଇଛନ୍ତି ।
ଦନ୍ତା ହାତୀଟି ଜଙ୍ଗଲରେ ମହୁଲ ପୋଚ ଖାଇଥିବା ନେଇ ଚର୍ଚ୍ଚା ହେଉଛି। ଜଙ୍ଗଲରେ ମଦ ମାଫିଆମାନେ ମଦ ପ୍ରସ୍ତୁତ କରୁଛନ୍ତି। ମଦ ପ୍ରସ୍ତୁତି ସରିଲା ପରେ ସେମାନେ ମହୁଲ ପୋଚକୁ ଫିଙ୍ଗି ଦେଇଥାନ୍ତି। ଫିଙ୍ଗାଯାଇଥିବା ମହୁଲ ପୋଚ ଖାଇବା ଆଶାରେ ଜଙ୍ଗଲୀ ହାତୀ ଆସିଥିବା ନେଇ ଆଲୋଚନା ହେଉଛି। ବନ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବରେ ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
/sambad/media/post_attachments/wp-content/uploads/2023/10/7589e8c4-2cc6-4c92-8875-10e4d4bda515.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/669e4e78-5922-43d0-88c5-14ad1a3a87f1-1.jpeg)