ଦନ୍ତା ଉପଦ୍ରବ: ଲୋକଙ୍କ ଘରେ ପଶି ଖାଇଲା ଧାନ, ଦେଖନ୍ତୁ ଭିଡିଓ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ କୁସନପୁରୀ ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ଗ୍ରାମକୁ ଏକ ଦନ୍ତାହାତୀ ପଶିଆସି ଉପଦ୍ରବ କରିବା ଆରମ୍ଭ କରିଛି। ଦନ୍ତାଟି ଗ୍ରାମରେ ରହୁଥିବା ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଘରେ ପଶି ଧାନ ଖାଇ ଦେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଦନ୍ତାଟି ଗ୍ରାମର ସନ୍ତୋଷ କର, ରାମକୃଷ୍ଣ କର, ଅଶ୍ବିନୀ କର, ବାବୁଲା ପଣ୍ଡା, ଭୀମ ନାଏକ, ସୁରେନ୍ଦ୍ର ନାଏକଙ୍କ ଘର ଭାଙ୍ଗିଛି। ସେହିପରି ମନ୍‌ସି ବିଶ୍ବାଳଙ୍କ ଦୋକାନ ଘର ଭାଙ୍ଗି ଧାନ ଚାଉଳ ଖାଇଥିବା ଅଭିଯୋଗ ହୋଇଛି। ପରେ ହାତୀଟି ଜଗନ୍ନାଥ ମନ୍ଦିର ଷ୍ଟିଲ୍‌ ରେଲିଂ ଭାଙ୍ଗି ଦେଇଛି। ଗ୍ରାମବାସୀ ଦନ୍ତାକୁ ଦେଖି  ଭୟଭୀତ ହୋଇଥିବା ବେଳେ ହାତୀକୁ ତଡ଼ିବା ପାଇଁ ଉଦ୍ୟମ କରୁଛନ୍ତି।

ଅପରପକ୍ଷରେ ଲୋକମାନେ ପଡ଼ିଆବାହାଲ ବନବିଭାଗକୁ ଯୋଗାଯୋଗ କରିବା ପରେ ବନ ବିଭାଗ ଅଧିକାରୀ ଗ୍ରାମରେ ପହଞ୍ଚି  ଉପଦ୍ରବ କରୁଥି ଦନ୍ତାକୁ ତଡ଼ିବା ପାଇଁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର