ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ବନ ବିଭାଗ ଇଲାକାରେ ଥିବା ଗୋଠ ଛଡା ଦନ୍ତାର ଉତ୍ପାତ ବଢ଼ିଚାଲିଛି। କେତେବେଳେ ଘର ଭାଙ୍ଗିଲାଣି ତ କେତେବେଳେ ବିଦ୍ୟାଳୟରେ ପଶିଲାଣି।
ଆଜି ତୋରାଣି ପୋଖରୀ ନିକଟରେ ଥିବା ଏହି ଦନ୍ତା ଟି ତୋରାଣିପୋଖରୀ ଉଚ୍ଚ ବିଦ୍ୟାଳୟକୁ ପଶି ଯାଇଥିଲା। ଲୋକେ ଘଉଡ଼ାଇବାରୁ ଦନ୍ତାଟି ପିପିଳିଆ ପାଟଣା ରାସ୍ତା ଉପରକୁ ଚାଲି ଆସିଥିଲା। ଭୟରେ ଗାଡ଼ି ଓ ବାଇକ ଚାଳକମାନେ ଛାନିଆ ହୋଇ ପଡ଼ିଥିଲେ। ଏହି ଦନ୍ତାଟି ଅମାନିଆ ହୋଇପଡିଥିବାରୁ ବନପାଳ ଚିତ୍ତରଞ୍ଜନ ପରିଡ଼ା ଓ ପାରା କର୍ମଚାରୀ ମାନେ ଏହା ଉପରେ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/0614fef3-6468-4b08-b78f-fda0a8ab574e.jpeg)