ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ ଜଡ଼ିବାଲି ଗ୍ରାମରେ ଦୁଇଟି କୂଳଡିହା ଦନ୍ତା ହାତୀ ଘରେ ପଶି ଭଙ୍ଗା ରୁଜା କରିଛନ୍ତି। ସୂଚନା ଯୋଗ୍ୟ ହାତୀ ଦୁଇଟି ଶନିବାର ସନ୍ଧ୍ୟା ସମୟରେ ନରଣପୁର ଜଙ୍ଗଲରୁ ବାହାରି ଆସି ଜଡିବାଲି ଗ୍ରାମରେ ପ୍ରବେଶ କରି ନାୟକସାହିରେ ଥିବା ହାଡିବନ୍ଧୁ ଧଣିକଙ୍କ ଘରୁ ବିଭିନ୍ନ ଜିନିଷ ପତ୍ର ଆଣି ଭଙ୍ଗା ରୁଜ୍ଜା କରିଥିଲେ। ପରେ କେନ୍ଦୁନାଳ ଜଙ୍ଗଲ ନିକଟରେ ରହି ଲୋକମାନଙ୍କୁ ଭୟଭୀତ କରାଇଥିଲେ ଖବର ପାଇ ନୀଳଗିରି ରେଞ୍ଜର ଆଇସା ଅକ୍ତାର ନିଶା ଘଟଣା ସ୍ଥଳରେ ପହଞ୍ଚି ହାତୀ ଦୁଇଟିକୁ ଜଙ୍ଗଲ ଭିତରକୁ ଘଉଡାଇଛନ୍ତି।