ପରିତ୍ୟକ୍ତ କୂଅ ଭିତରେ ପଡ଼ିଛି ହାତୀ; ଉଦ୍ଧାର ଉଦ୍ୟମ ଜାରି

ସୁନ୍ଦରଗଡ଼: ଗୁରୁବାର ସକାଳୁ ସୁନ୍ଦରଗଡ଼ ବନଖଣ୍ଡର ବଡ଼ଗାଁ ଫରେଷ୍ଟ୍‍ ରେଞ୍ଜ୍‌ ଅନ୍ତର୍ଗତ ବୀରତୁଲା ଜଙ୍ଗଲ ମଧ୍ୟରେ ପାଣି ଥିବା ଗୋଟାଏ ପରିତ୍ୟକ୍ତ କୂଅ ମଧ୍ୟରେ ଗୋଟାଏ ହାତୀ ଖସି ପଡ଼ିଛି।

୨୦ଟିକିଆ ହାତୀ ପଲ ସେ ଅଞ୍ଚଳ ଦେଇ ଯାଉଥିବା ବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ଗୋଟାଏ ହାତୀ ସେ କୂଅ ଭିତରେ ପଡ଼ିଯାଇଛି।

କୂଅ ମଧ୍ୟରୁ ହାତୀଟିକୁ ବାହାର କରିବାକୁ ଜେସିବି ଆଦି ଧରି ବନ ବିଭାଗ କର୍ମଚାରୀମାନେ ଉଦ୍ୟମ କରୁଛନ୍ତି।

ଝିପି ଝିପି ବର୍ଷା ସତ୍ତ୍ୱେ ସ୍ଥାନୀୟ ଗ୍ରାମବାସୀ ହାତୀ ଦେଖିବାକୁ ସେଠାରେ ଗହଳି କରିଛନ୍ତି। ବନ ବିଭାଗ ଏବଂ ହାତୀ ସ୍କ୍ଵାଡ୍‌ର କର୍ମଚାରୀମାନେ ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Grabbed from video

ସର୍ବଶେଷ ଖବର ଅନୁସାରେ, ଦୀର୍ଘ ପାଞ୍ଚ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ହାତୀଟିକୁ କୂଅ ମଧ୍ୟରୁ ବାହାର କରିବାରେ ସମର୍ଥ ହୋଇଛନ୍ତି।

ହାତୀଟି ଗତ ରାତିରୁ କୂଅ ମଧ୍ୟରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର