ପାହାଡ଼ରୁ ଖସି ହାତୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ଶୁଆକାଟି ବିଟ୍‌ ଅନ୍ତର୍ଗତ ତଳଚମ୍ପେଇ ଗାଁ ସିନ୍ଦୁରିଆ ଜଙ୍ଗଲର ପାହାଡ଼ରୁ ଖସି ଗୋଟିଏ ମାଈହାତୀ ଗୁରୁତର ଆହତ ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି।

ବନ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ହାତୀର ବୟସ ପାଖପାଖି ୫୦ ବର୍ଷ ହେବ। ବୟସାଧିକ୍ୟ କାରଣରୁ ହାତୀଟି ଦୁର୍ବଳ ହୋଇଯାଇଛି। ତେଣୁ ସେ ପାହାଡ଼ରୁ ଖସି ଆହତ ହୋଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳକୁ ବନ ବିଭାଗ ଅଧିକାରୀ ଓ ପ୍ରାଣୀ ଚିକିତ୍ସକ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। ଚିକିତ୍ସା ପରେ ଅସୁସ୍ଥତାର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୯ ତାରିଖରେ ଉକ୍ତ ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ୍ ରବ ଗାଁ ନିକଟରେ ଗୋଟିଏ ମା’ ଏବଂ ଗୋଟିଏ ଛୁଆହାତୀର ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା। ଏଯାଏ ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ମାସକ ମଧ୍ୟରେ ଦୁଇଦୁଇଟି ହାତୀଙ୍କ ମୃତ୍ୟୁ ଘଟିବା ଏବଂ ଗୋଟିଏ ମାଈହାତୀ ପାହାଡ଼ରୁ ଖସି ଆହତ ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର