ଦୁଇ ହାତୀ ଦଳ ଲଢେଇ : ବଳି ପଡ଼ିଲା ଶିଶୁ ହାତୀ

ଲାଠିକଟା : ଲାଠିକଟା ନିକଟସ୍ଥ ବନରସୁଆଁ ଜଙ୍ଗଲରେ ଦୁଇ ହାତୀ ପଲ ଲଢେଇରେ ଏକ ଶିଶୁ ହାତୀର ମୃତ୍ୟୁ ଘଟିଛି। ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ଛୁଆର ମୃତ ଶରୀରକୁ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି।

ଦୁଇ ଦିନ ପୂର୍ବେ ଏହି ଜଙ୍ଗଲରେ ଦୁଇ ଦଳ ହାତୀ ମଧ୍ୟରେ ଲଢେଇ ହୋଇଥିଲା। ଏହି ଲଢେଇ ବେଳେ ଛୋଟ ହାତୀଟି ତଳେ ପଡ଼ିଯିବା ବେଳେ ବଡ଼ ହାତୀମାନେ ତାକୁ ଦଳି ଚକଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର