ବଣାଇଁଗଡ଼ : ସୁନ୍ଦରଗଡ଼ର ବଣାଇଁ ବନଖଣ୍ଡ ଅନ୍ତର୍ଗତ ସୋଲ ରେଞ୍ଜ କୁଞ୍ଜରିଆ ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ୪ ବର୍ଷର ଦନ୍ତାହାତୀର ଶବକୁ ବନ ବିଭାଗ ଠାବ କରିଛି। ଗତ କିଛିଦିନ ହେବ ଉକ୍ତ ଜଙ୍ଗଲ ଆଖପାଖରେ ହାତୀଟି ଅସୁସ୍ଥ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା। ବନ ବିଭାଗର କର୍ମଚାରୀମାନେ ଏହାର ଗତିବିଧି ପ୍ରତି ନଜର ରଖିଥିଲେ। ଆଜି ଘଞ୍ଚ ଜଙ୍ଗଲ ମଧ୍ୟରେ ହାତୀଟିର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ହେଲେ ଘଞ୍ଚ ଅରଣ୍ୟ ମଧ୍ୟରେ ଏହା ଘଟିଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ସମ୍ଭବ େହାଇପାରି ନ ଥିଲା। ତେବେ ବନ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସକଙ୍କୁ ଘଟଣାସ୍ଥଳକୁ ନିଆଯାଇ ବ୍ୟବଚ୍ଛେଦ ପରେ ସେହିଠାରେ ହିଁ ତା’କୁ ପୋତି ଦିଆଯାଇଥିବା ସୂଚନା ମିଳିଛି।
କୁଞ୍ଜରିଆ ଜଙ୍ଗଲରେ ଦନ୍ତାହାତୀର ଶବ
/sambad/media/post_attachments/wp-content/uploads/2018/10/ed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)