ଚିଙ୍ଗୁଡ଼ି ଘେରିରୁ ଉଦ୍ଧାର ଛୁଆହାତୀକୁ ଗ୍ରହଣ କରୁନାହାନ୍ତି ହାତୀ ପଲ

ବ୍ରହ୍ମପୁର: ମଙ୍ଗବାର ସକାଳେ ବ୍ରହ୍ମପୁର ବନ ମଣ୍ଡଳ ଅନ୍ତର୍ଗତ ସୁରଳ ଉପକୂଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରୁ ଉଦ୍ଧାର କରାଯାଇଥିବା ଏକ ଛୁଆହାତୀକୁ ହାତୀପଲ ଗ୍ରହଣ କରୁନାହାନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଦକ୍ଷିଣ ଘୁମସୁର ବନଖଣ୍ଡ ଅଞ୍ଚଳରୁ ପଳାଇ ଆସିଥିବା ଏକ ୧୪ଟିକିଆ ହାତୀପଲ ସୁରଳ ସମୁଦ୍ର ଉପକୂଳର ଏକ ଟାପୁରେ ଅବସ୍ଥାନ କରୁଛନ୍ତି। ସେହି ହାତୀପଲରୁ ପଳାଇ ଆସିଥିବା ଗୋଟାଏ ଛୁଆହାତୀ କୌଣସି କାରଣରୁ ସେ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ିଚାଷ ଘେରି ମଧ୍ୟରେ ପଡ଼ିଯାଇଥିଲା।

Image Grabbed from video

ସ୍ଥାନୀୟ ଲୋକେ ଓ ବନ ବିଭାଗ କର୍ମଚାରୀମାନେ ଛୁଆହାତୀଟିକୁ ଚିଙ୍ଗୁଡ଼ି ଘେରିରୁ ଉଦ୍ଧାର କରି ସମ୍ପୃକ୍ତ ହାତୀପଲ ନିକଟରେ ଛାଡ଼ିଥିଲେ। କିନ୍ତୁ, ପଲର ହାତୀମାନେ ସେ ଛୁଆଟିକୁ ଗ୍ରହଣ ନ କରି ସେଠାରୁ ଅପସରି ଯାଇଥିଲେ। ଏହାପରେ ଏକଲା ଛୁଆଟି ପୁନର୍ବାର ଜନବସତି ଆଡ଼କୁ ଚାଲିଆସିଥିଲା।

ହାତୀପଲ ଓ ପଲଛଡ଼ା ହାତୀଛୁଆ ଯୋଗୁଁ ଅଘଟଣ ଘଟିବା ଆଶଙ୍କା କରି ଡିଏଫ୍‌ଓ ଅମ୍ଳାନ କୁମାର ନାୟକଙ୍କ ସମେତ ବନ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର