ବୈତରଣୀ ଜଙ୍ଗଲରେ ଦନ୍ତା ଘାଇଲା

କେନ୍ଦୁଝର/ଯୋଡ଼ା/ ବାସୁଦେବପୁର : ହିଂସ୍ର ପାଲଟିଛି କ୍ଷତାକ୍ତ ଦନ୍ତା। ଦୀର୍ଘ ୮ ଦିନ ହେବ ଗୋଠଛଡା ହୋଇ ଚମ୍ପୁଆ ରେଞ୍ଜ ଚମକପୁର ଓ ଦଡୁଆଁ ଅଞ୍ଚଳରେ ଆତଙ୍କରାଜ ଚଳାଇଛି। ହାତୀଟିର ପିଠି ଓ ଡାହାଣ ଗୋଡ଼ ଉପରେ ଗଭୀର କ୍ଷତ ହୋଇ ସେଥିରେ ପୋକ ଲାଗିଯାଇଛି। ଫଳରେ ହାତୀଟି ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହ ଜଙ୍ଗଲରେ ଏଣେତେଣେ ଘୁରି ବୁଲିଛି। ଦନ୍ତାର ଚିକିତ୍ସା ପାଇଁ ବନ ବିଭାଗ ଓ ପଶୁ ସମ୍ପଦ ବିଭାଗ ଉଦ୍ୟମ କରିଥିଲେ ବି ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର