ଡିମିରିଆ କାଜୁ ବଗିଚାରେ ଦନ୍ତା

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଡିମିରିଆ ଗ୍ରାମ ଜନ ବସତି ନିକଟ କାଜୁ ବଗିଚାରେ ଏକ ଦନ୍ତାହାତୀ ରହିଛି। ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳରେ ହାତୀଟି ଖାଦ୍ୟ ଅନ୍ବେଷଣରେ ବୁଲୁଥିଲା ବେଳେ ସକାଳ ହୋଇଯିବାରୁ ରହିଯାଇଥିଲା। ସ୍ଥାନୀୟ ଲୋକମାନେ ଆଜି ସକାଳୁ ହାତୀଟିକୁ ଦେଖିବାକୁ ପାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଗତିବିଧି ଅନୁଧ୍ୟାନ କରୁଛନ୍ତି। ସ୍ଥାନୀୟ ଲୋକମାନେ ହାତୀ ଦେଖିବାକୁ ଭିଡ଼ ଜମାଉଛନ୍ତି। ଫଳରେ ହାତୀଟି ବିରକ୍ତ ହୋଇ ଲୋକଙ୍କୁ ଗୋଡ଼ାଉଥିବା ଦେଖାଯାଉଛି। ଏନେଇ ରେଞ୍ଜର ପ୍ରମୋଦ କୁମାର ସେଠୀ କହିଛନ୍ତି ହାତୀଟିକୁ ବନ କର୍ମଚାରୀମାନେ ନଜରରେ ରଖିଛନ୍ତି। ସନ୍ଧ୍ୟା ହେଲେ ଅନ୍ୟତ୍ର ଘଉଡାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର