ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ। ହାତୀ ଉପଦ୍ରବରେ ଜନସାଧାରଣଙ୍କ ବ୍ୟାପକ ପରିମାଣର କ୍ଷୟକ୍ଷତି ଘଟୁଥିବା ବେଳେ ନିରୀହ ଲୋକଙ୍କ ଜୀବନ ହାନୀ ଘଟୁଥିବା ହେଲେ ହାତୀ ମୃତ୍ୟୁ ମଧ୍ୟ ଘଟୁଛି। ଆଜି ପୂର୍ବାହ୍ନ ପ୍ରାୟ ୫ ଟା ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡା ବ୍ଲକର ଚିତ୍ରଡା ପଞ୍ଚାୟତର ଚିତ୍ରଡା ମହାଦେବସାହିରେ ଦନ୍ତା ପ୍ରେବେଶ କରିଥିଲା।ଦନ୍ତାଟି ପ୍ରବେଶ କରିବା ପରେ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଘରେ ଥିବା ଧାନ ଅମାର ଘରର କବାଟକୁ ଧକ୍କା ଦେଇ ଭାଙ୍ଗିବା ସହ ଘର ଭିତରୁ ଧାନ ବସ୍ତାକୁ କାଢି ଆଣି ଖାଇବା ସହ ନଷ୍ଟ କରିଥିବା ଜଣାପଡ଼ିଛି।
ସେହିପରି ଉକ୍ତ ଗ୍ରାମର ଅମୀୟ ସାହୁଙ୍କ ଚାଳଘରର କାନ୍ଥକୁ ଧକ୍କା ଦେଇ ଭାଙ୍ଗିବା ସହ ଘର ଭିତରେ ଥିବା ଚାଉଳକୁ ଖାଇବା ସହ ରୋଷେଇ ଗ୍ୟାସ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଦଳିଚକଟି ଦେଇଥିବା ଜଣାପଡିଛି। ସେହିପରି ଉକ୍ତ ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ଘର କବାଟକୁ ଦନ୍ତା ଧକ୍କା ଦେଇ ଭାଙ୍ଗିବା ସହ କ୍ଷୟକ୍ଷତି ଘଟାଇଥିବା ବେଳେ ସୁରେନ୍ଦ୍ରଙ୍କ ପରିବାର ଅଳ୍ପକେ ବର୍ତି ଯାଇଛନ୍ତି ହାତୀ ଆକ୍ରମଣ ଶିକାର ହେବାରୁ। ତେବେ ହାତୀଟି ଗ୍ରାମରେ ବେଶ ଅଧଘଣ୍ଟା ସମୟ ଧରି ଉପଦ୍ରବ କରିବା ସହ ଲୋକଙ୍କୁ ଭୟଭୀତ କରିବା ପରେ ହାତୀ ଟିକୁ ଘଉଡ଼ାଇ ଦିଆ ଯାଇଥିଲା ବେଳେ ଦିନତମାମ ହାତୀଟି ଶୁଖିଲାଖାଳି ଜଙ୍ଗଲରେ ରହିଥିବା ଜଣାପଡିଛି।ଖବର ପାଇ ଚିତ୍ରଡା ଫରେଷ୍ଟ ଗାର୍ଡ ରୁବିତା ଭୂୟାଁ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ଘଟିଥିବା କ୍ଷୟକ୍ଷତିର ଅନୁସନ୍ଧାନ କରିଥିବା ବେଳେ ହାତୀଟିର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/d9f1b5fc-7d0b-4a99-a879-b98efc4f0676-1.jpg)