ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ଏକ ୨୪ ଟିକିଆ ହାତୀପଲ ଦୁଇଦିନ ହେଲା ଡେରା ପକାଇଛନ୍ତି। ଏହି ହାତୀପଲ ଝାଡ଼ଖଣ୍ଡରୁ ଆସିଥିବା କୁହାଯାଉଛି। ହାତୀପଲ ୬ ପାଟଣା ରେଞ୍ଜ ଅନ୍ତର୍ଗତ ଗୟଳକୁଣ୍ଡ, ବ୍ରହ୍ମଣୀବେଡ଼ା, ରେଙ୍ଗାଳବେଡ଼ା ଗ୍ରାମରେ ଉପଦ୍ରବ କରିଥିଲେ। ଏଥିରୁ ୨୪ଟି ହାତୀ ଏରେଣ୍ଡେଇ ଗ୍ରାମର ନଦୀକୂଳକୁ ଚାଲି ଯାଇଛନ୍ତି। ଏହି ଗ୍ରାମରେ ଲୋକେ ଖରାଟିଆ ଧାନଚାଷ କରିଛନ୍ତି। ହାତୀପଲ ବିଲରେ ପଶି ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି।

Advertisment

publive-image

ହାତୀପଲ ଗ୍ରାମର ବିଜୁ ସିଂ, ବିମ୍ବାଧର ଦାସ, ପର୍ଶୁରାମ ସିଂ, ଦୟା ଦାସଙ୍କ ଧାନ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ସେହିପରି ବିଲରେ ବର୍ଷାପାଣି ଜମିଥିବାରୁ ହାତୀପଲ କାଦୁଅରେ ଗଡ଼ି ମଜା ନେଉଛନ୍ତି। ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଦୁଇଦିନ ତଳେ ଏହି ହାତୀପଲ ସାହାରପଡ଼ା ସେକ୍ସନ ଅଞ୍ଚଳରେ ଲୋକଙ୍କ ଘର ଭାଙ୍ଗିବା ସହ ପରିବା ଚାଷ ନଷ୍ଟ କରିଥିଲେ। ରେଞ୍ଜର ବନବିହାରୀ ସର୍ଦ୍ଦାର, ବନପାଳ ଭୂପତି ସେଠୀ, ପିଅନ ନାଏକ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।