ଓଡ଼ିଶା ଏକଦା ହାତୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବିକାଶ ପାଇଁ ଦ୍ରୁତ ଶିଳ୍ପାୟନ, ବେଧଡ଼କ ଜଙ୍ଗଲ କାଟିବା ଏବଂ ମାନବ ବସତି ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲର ପରିସୀମା କମିବା ଯୋଗୁ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ସଂଖ୍ୟା ସଙ୍କଟ ଜନକ ଭାବେ କମି କମି ଚାଲିଛି। ଜଙ୍ଗଲର ସବୁଠାରୁ ବଡ଼ ପ୍ରାଣୀ ହାତୀ ଏହା ଦ୍ବାରା ପ୍ରଭାବିତ ହୋଇଛି। ରାସ୍ତା, ରେଳପଥ ଏବଂ ଜଳସେଚନ କେନାଲ ହାତୀଙ୍କ ଗତିବିଧିକୁ ବାଧା ଦେଉଛି।
ଫଳରେ ଏବେ ଓଡ଼ିଶା ହାତୀଙ୍କ କବରସ୍ଥାନରେ ପରିଣତ ହେବାରେ ଲାଗିଛି। ଅନେକ ଅପ୍ରାକୃତିକ କାରଣ ଯୋଗୁ, ଓଡ଼ିଶା ଏବେ ହାତୀଙ୍କ ପାଇଁ ଭାରତର ସର୍ବବୃହତ କବରସ୍ଥାନରେ ପରିଣତ ହେବାରେ ଲାଗିଛି।। ବିଦ୍ୟୁତ ଆଘାତ, ଟ୍ରେନ୍ ଧକ୍କା ଏବଂ ଶିକାର ହାତୀଙ୍କର ଅପ୍ରାକୃତିକ ମୃତ୍ୟୁର ପ୍ରମୁଖ କାରଣ।
ଆଜି ଗଜରାଜ ବେ’ଘର ହୋଇଯାଇଛି। ପୂର୍ବରୁ ଜଙ୍ଗଲ ପରିସୀମା ଅଧିକ ଥିବାରୁ ହାତୀମାନଙ୍କୁସେମାନଙ୍କର ଖାଦ୍ୟ ପାଇଁ ଜଙ୍ଗଲ ବାହାରକୁ ଯିବାକୁ ପଡୁ ନଥିଲା। କିନ୍ତୁ ଜଙ୍ଗଲ ପରିସୀମା କମିବ ଯୋଗୁ ହାତୀ ଜଙ୍ଗଲରେ ଖାଦ୍ୟ ନପାଇ ଏବେ ଜଙ୍ଗଲରୁ ବାହାରି ଜନ ବସତି ମୁହାଁ ହେବାରେ ଲାଗିଛନ୍ତି। ଜଙ୍ଗଲ ସୀମାକୁ ଥିବା ଚାଷ ଜମିରେ ପଶି ନିଜର ଭୋକ ମେଣ୍ଟାଉଛନ୍ତି।
/filters:format(webp)/sambad/media/media_files/2025/08/20/human-elephant-conflict-2025-08-20-17-42-29.jpg)
ଜଙ୍ଗଲ କ୍ଷୟ ହାତୀଙ୍କର ଖାଦ୍ୟ ଉତ୍ସକୁ ହ୍ରାସ କରୁଛି ଏବଂ ସେମାନଙ୍କୁ ଜନବସତି ଅଞ୍ଚଳରେ ଯିବାକୁ ବାଧ୍ୟ କରୁଛି।
ଜଙ୍ଗଲ କ୍ଷୟ ଏବଂ ଅନ୍ୟାନ୍ୟ ମାନବ କାର୍ଯ୍ୟକଳାପ ଯୋଗୁ ପ୍ରାକୃତିକ ଖାଦ୍ୟ ଉତ୍ସ ନଷ୍ଟ ହେବା ଫଳରେ ହାତୀମାନେ କୃଷି ଜମିରେ ପଶି ଖାଦ୍ୟ ଖୋଜୁଛନ୍ତି।
ଫଳରେ ଓଡିଶାରେ ମଣିଷ-ହାତୀ ସଂଘର୍ଷ ଘଟଣା ବଢ଼ିବଢ଼ି ଚାଲିଛି। ରାଜ୍ୟରେ ଖଣି ଖନନ, ସହରୀକରଣ ଏବଂ ଅନ୍ୟାନ୍ୟ ମାନବ କାର୍ଯ୍ୟକଳାପ ହାତୀ ବାସସ୍ଥାନକୁ ଜବରଦଖଲ କରୁଛି, ଯାହା ଫଳରେ ହାତୀ ମଣିଷ ମୁହାଁମୁହିଁ ଘଟଣା ବୃଦ୍ଧି ପାଉଛି।
ଓଡ଼ିଶାକୁ ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ଛତିଶଗଡ଼,ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଆଦି ୫ ରାଜ୍ୟ ଘେରି ରହିଛି। ବାଲେଶ୍ବରର ନୀଳଗିରି ଅଞ୍ଚଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପଶ୍ଚିବଙ୍ଗରୁ ଆସିଥିବା ହାତୀଙ୍କ ଯୋଗୁ ସମସ୍ୟା ବଢୁଥିବାବେଳେ ସୁନ୍ଦରଗଡ଼ର ରାଉରକେଲା, ଝାରସୁଗୁଡ଼ା ଏବଂ ବରଗଡ଼ ଆଦି ଅଞ୍ଚଳରେ ଝାଡଖଣ୍ଡି ହାତୀ ପ୍ରବେଶ କରିଥାନ୍ତି। ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଝାରସୁଗୁଡ଼ା ଆଦି ଜିଲ୍ଲାରେ ଛତିଶଗଡ଼ ହାତୀ ପଶିଥାନ୍ତି। ସେହିପରି ମାଲକାନଗିରି କୋରାପୁଟ, ନବରଙ୍ଗପୁର, ରାଗଗଡ଼ ଏବଂ ଗଜପତି ଆଦି ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ଏବଂତେଲେଙ୍ଗାନା ହାତୀ ପଲ ଖାଦ୍ୟ ଅନ୍ବେଷଣରେ ପଶିଥାନ୍ତି।
/filters:format(webp)/sambad/media/media_files/2025/08/20/human-elephant-conflict-2025-08-20-17-43-23.jpg)
ବେ’ଘର ହାତୀଙ୍କ ଯୋଗୁ ରାଜ୍ୟର ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥାନ୍ତି।। ହାତୀ ମଶିଷ ସଂଘର୍ଷରେ ଲୋକେ ମୃତାହତ ହେବା ସହିତ କ୍ଷୟକ୍ଷତି ଘଟଣା ଘଟିଥାଏ।। ଏହା ସହିତ ନିଜ ହକ୍ ପାଇଁ ସଭ୍ୟ ମାନବ ସହିତ ଲଢୁଥିବା ହାତୀ ମୃତ୍ୟୁ ଘଟଣା ମଧ୍ୟ ଘଟୁଛି।
ମାନବ ମୃତାହତ ଦୃଷ୍ଟିରୁ ଢେଙ୍କାନାଳକୁ ପ୍ରାୟତଃ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲା ଭାବରେ ଉଲ୍ଲେଖ କରାଯାଇଥାଏ। ଅତୀତରେ, ଢେଙ୍କାନାଳର ସଦର ରେଞ୍ଜକୁ ଏକ ବିଶେଷ ଭାବରେ ସଂଘର୍ଷପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଥିଲା। ଜିଲ୍ଲାରେ ହାତୀ ସଂଖ୍ୟା ମଧ୍ୟ ଅଧିକ ରହିଛି।
ଅନୁଗୁଳ ହେଉଛି ମଣିଷ-ହାତୀ ସଂଘର୍ଷ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ଅନ୍ୟ ଏକ ଜିଲ୍ଲା। ଅନୁଗୁଳ ବନାଞ୍ଚଳ ହାତୀଙ୍କ ପାଇଁ ଏକ ପ୍ରମୁଖ ବାସସ୍ଥାନ। କିନ୍ତୁ କୋଇଲା ଖନନ ବୃଦ୍ଧି ପାଇବା ଯୋଗୁ ଜଙ୍ଗଲ ପରିସୀମା କମିବାରେ ଲାଗିଛି।
କେନ୍ଦୁଝରରେ ମଧ୍ୟ ବିଭିନ୍ନ ସମୟରେ ହାତୀ ମୃତ୍ୟୁ ଘଟିଥାଏ। ହାତୀ ଆକ୍ରମଣରେ ଅନେକ ମୃତାହତ ଘଟଣା ଘଟିଥାଏ। ହାତୀ କରିଡର ସିମିଳିପାଳ ଏବଂ ସାତକୋଶିଆ ଜିଲ୍ଲାରେ ରହିଛି।
ମୟୂରଭଞ୍ଜ , ସମ୍ବଲପୁର , ସୁନ୍ଦରଗଡ଼ , କଟକ , ଆଠଗଡ଼ , ବାଲେଶ୍ୱର ଏବଂ ଦେଓଗଡ଼ରେ ମଧ୍ୟ ମଣିଷ-ହାତୀ ମଣିଷ ସଂଘର୍ଷ ଘଟିଥାଏ।
/filters:format(webp)/sambad/media/media_files/2025/08/20/human-elephant-conflict-2025-08-20-17-43-59.png)
୨୦୨୪-୨୫ (୧୮ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ) ଓଡ଼ିଶାରେ ବାର୍ଷିକ ସର୍ବାଧିକ ୯୪ଟି ହାତୀ ମୃତ୍ୟୁ ରେକର୍ଡ ହୋଇଛି। ଚଳିତ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଆଘାତରେ ସର୍ବାଧିକ ୩୧ ହାତୀଙ୍କ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ସମସ୍ତ ଏଡ଼ାଇହେବା ଭଳି ମୃତ୍ୟୁ ଥିଲା। କର୍ଣ୍ଣାଟକ, ଆସାମ, ତାମିଲନାଡୁ ଏବଂ କେରଳ ତୁଳନାରେ, ଓଡ଼ିଶାରେ ହାତୀ ମୃତ୍ୟୁ ହାର ବହୁତ ଅଧିକ, ଯାହା ସୁରକ୍ଷା ବ୍ୟବସ୍ଥା ଭାଙ୍ଗିଯାଇଥିବା ସୂଚିତ କରେ।
ଗତ ୧୫ ବର୍ଷର ମୃତ୍ୟୁହାର ରେକର୍ଡ ବିଶ୍ଳେଷଣ କଲେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ସମସ୍ତ କାରଣରୁ ମୋଟ ୧୧୯୧ ହାତୀଙ୍କ ମୃତ୍ୟୁ ରିପୋର୍ଟ କରାଯାଇଛି। ସେଥି ମଧ୍ୟରେ ୩୧୬ ହାତୀଙ୍କର ଶିକାର ଏବଂ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଟ୍ରେନ୍ ଏବଂ ଭାରୀ ଯାନବାହନ ଦ୍ୱାରା ୫୨ ହାତୀଙ୍କର ମୃତ୍ୟୁ ହୋଇଛି। ବନ ବିଭାଗ ଦ୍ୱାରା ଦାବି କରାଯାଇଥିବା ଅଜ୍ଞାତ କାରଣ ଯୋଗୁ ୨୫୭ ହାତୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି।
ଅଧିକାଂଶ ମୃତ୍ୟୁ ପ୍ରକୃତରେ ଶିକାର ଯୋଗୁ ହୋଇଥାଏ। ଯେହେତୁ କିଛି ସପ୍ତାହ ପରେ ପଚିଯାଇଥିବା ମୃତଦେହ ଚିହ୍ନଟ ହୋଇଥାଏ ତେଣୁ ପୋଷ୍ଟମର୍ଟମ ପରେ କାରଣ ନିର୍ଣ୍ଣୟ କରିବା ଅସମ୍ଭବ ହୋଇ ପଡିଥାଏ।
ଚଳିତ ବର୍ଷ ୧୮ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ହାତୀମାନଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଏହି ମଧ୍ୟରେ ସର୍ବାଧିକ ୩୧ ଜଣଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ସମ୍ବଲପୁରରେ ସର୍ବାଧିକ ୮ ହାତୀଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ରେକର୍ଡ କରାଯାଇଛି, ଏହା ପରେ ଖୋର୍ଦ୍ଧାରେ ଚାରି ଏବଂ ଅନୁଗୁଳ ଜିଲ୍ଲାରେ ଚାରି ହାତୀଙ୍କର ମୃତ୍ୟୁ ହୋଇଛି। ୧ ଏପ୍ରିଲ୍ ୨୦୧୦ ରୁ ୧୮ ମାର୍ଚ୍ଚ ୨୦୨୫ ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଦ୍ୟୁତ୍ ଆଘାତରେ ୨୧୩ ହାତୀ ପ୍ରାଣ ହରାଇଛନ୍ତି।
/filters:format(webp)/sambad/media/media_files/2025/08/20/human-elephant-conflict-2025-08-20-17-44-26.png)
ସୂଚନାଯୋଗ୍ୟ, ଢେଙ୍କାନାଳରେ, ସେପ୍ଟେମ୍ବର ୨୦୧୭ରେ ମେରାମୁଣ୍ଡଲି ନିକଟରେ ଏକ ଭୟଙ୍କର ଘଟଣାରେ ପାଞ୍ଚଟି ହାତୀ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ଏହା ଭାରତର ସବୁଠାରୁ ବଡ଼ ହାତୀ ମୃତ୍ୟୁ ଘଟଣା ଥିଲା।
କେତେକ କ୍ଷେତ୍ରରେ, ହାତୀଙ୍କ ଗତିବିଧି ବିଷୟରେ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ପର୍ଯ୍ୟାପ୍ତ ସଚେତନତା ଏବଂ ପର୍ଯ୍ୟାପ୍ତ ପ୍ରଶମନ ପଦକ୍ଷେପର ଅଭାବ ସମସ୍ୟାର ମୁଖ୍ୟ କାରଣ ପାଲଟିଛି।
ହାତୀ ବାସସ୍ଥାନର ସୁରକ୍ଷା ଏବଂ ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ଏହା ସେତେ ସଫଳ ନହେଉଥିବା କୁହାଯାଉଛି।, ଏହି ଯୋଜା ଅନ୍ତର୍ଗତ ବୃକ୍ଷରୋପଣ ଏବଂ ଜଳ ଉତ୍ସ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି।
ସେହିପରି ହାତୀ ପଲ ଯେପରି ଜନବସତିରେ ପ୍ରବେଶ ନ କରିବେ ସେଥିପାଇଁ ବିଦ୍ୟୁତ୍ ବାଡ଼, ପ୍ରାରମ୍ଭିକ ସତର୍କତା ପ୍ରଣାଳୀ ଏବଂ ହାତୀ-ପ୍ରତିରୋଧୀ ଫସଲକୁ ପ୍ରୋତ୍ସାହିତ କରିବା ପରି ରଣନୀତି ଭାବେ ଗ୍ରହଣ କରାଯାଇଛି। ଏହା କାର୍ଯ୍ୟକାରୀ କରିବା ଦ୍ଵାରା ଫସଲ କ୍ଷତି ହ୍ରାସ କରାଯାଇପାରୁଛି।
ହାତୀ ମଣିଷ ସଂଘର୍ଷ ପରିସ୍ଥିତିର ମୁକାବିଲା ପାଇଁ ଦ୍ରୁତ ପ୍ରତିକ୍ରିୟା ଦଳ ଗଠନ ଏବଂ ମାନକ କାର୍ଯ୍ୟପଦ୍ଧତି ବିକଶିତ କରିବା ଅତ୍ୟନ୍ତ ଜରୁରୀ। ମାନବ-ହାତୀ ସଂଘର୍ଷ ବିଷୟରେ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କୁ ସଂରକ୍ଷଣ ପ୍ରୟାସରେ ସାମିଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସେହିପରି ହାତୀ ବାସସ୍ଥାନ ଏବଂ ଗତିବିଧି ଉପରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପ୍ରଭାବକୁ ହ୍ରାସ କରିବା ଜରୁରୀ। ହାତୀ ସୁରକ୍ଷା ପାଇଁ ଶିକାର ବିରୋଧୀ ପ୍ରୟାସକୁ ସୁଦୃଢ଼ କରିବା ଏବଂ ବନ ଅଧିକାରୀଙ୍କ ଦ୍ୱାରା ପ୍ରଭାବଶାଳୀ ପାଟ୍ରୋଲିଂ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞ ମତପୋଷଣ କରିଥାନ୍ତି।
/filters:format(webp)/sambad/media/media_files/2025/08/20/human-elephant-conflict-2025-08-20-17-40-31.jpeg)
ରାଜ୍ୟରେ ହାତୀ-ମଣିଷ ମୁହାଁମୁହିଁ ଘଟଣା
କେନ୍ଦୁଝରରେ ହାତୀର ଠିକଣା ହଜି ଯାଇଛି
କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ଖଣି ଅଞ୍ଚଳରେ ଖଣି ଖନନ ପାଇଁ ହାତୀ ହତଭ।ଗା ହୋଇଛି । ଅଶି ଦଶକ ର ବନ।ଞ୍ଚଳ ଖଣି ଖନନ ପାଇଁ ବିଲୁପ୍ତ ହେବା ପରେ ହାତୀ ଜଙ୍ଗଲ ଛାଡ଼ି ଜନ ବସତି ମୁହାଁ ହୋଇଛନ୍ତି । ହାତୀ ଓ ମଣିଷ ଲଢେଇ ଏକ ଦୈନନ୍ଦିନର ଘଟଣା । ଚମ୍ପୁଆ ବନ।ଞ୍ଚଳରେ ଥିବା ବୈତରଣୀ (କ),ବୈତରଣୀ(ଖ),ଠାକୁରାଣୀ, ସିଦ୍ଧମଠ, କାଳୀକାପ୍ରସାଦ, ଜ୍ୟୋତିପୂର୍, ବାଲିବନ୍ଧ,ପିଢ଼ପୋଖରୀ ପ୍ରଭୃତି ସଂରକ୍ଷିତ ଜଙ୍ଗଲ, ନନ୍ଦୀଝରି ଓ କନକନା ପ୍ରୋଟେକ୍ଟେଡ ଫରେଷ୍ଟ, ରହିଥିବା ବେଳେ ଅବବାହିକାରେ ବୋହି ଯାଇଛି ବୈତରଣୀ ଓ ସୁନା ନଦୀ ।
ପ୍ରାକୃତିକ ଶାଳ ଜଙ୍ଗଲ ଏଵଂ ଜଙ୍ଗଲ ର ଘନତ୍ଵ ଅଧିକ ଥିବାରୁ ଏହାକୁ ହାତୀ ବଂଶ ନିଜର ଆଶ୍ରୟ ସ୍ଥଳୀ ଅତୀତରେ କରିଥିଲେ । ଯୋଡ଼ା ବନାଞ୍ଚଳରେ ଥିବା ଏହି ସଂରକ୍ଷିତ ଜଙ୍ଗଲରୁ ହାତୀମାନଙ୍କର ଚଲାପଥ ବା କରିଡ଼ର ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡ। ଜଙ୍ଗଲରୁ ଆରମ୍ଭ ହୋଇ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଏଵଂ ସୁନ୍ଦରଗଡ ଜିଲ୍ଲାର ମାଲାଙ୍ଗ ଟଲି ପର୍ଯ୍ୟନ୍ତ ଏକ ତ୍ରିକୋଣୀୟ ହାତୀ ଚଲାପଥ ଭାବେ ପରିଗଣିତ ହେଉଥିଲା ।
ନବେ ଦଶକ ପରେ ଆନ୍ତର୍ଜାତିକ ବଜାରରେ ଲୁହାପଥରର ଚାହିଦା ସରକାର ତଥା ବ୍ୟବସାୟୀଙ୍କୁ ଆଣି ଦେଇଥିଲା ଅଜସ୍ର ଅର୍ଥନୈତିକ ଲାଭ । ବ୍ୟବସ୍ଥା ମୂତାବକ ୧୯୮୦ ଦଶକରେ ପ୍ରଣୟନ ହୋଇଥିବା ଫରେଷ୍ଟ କଞ୍ଜର ଭେଶନ ଆକ୍ଟ (ବନ ସଂରକ୍ଷଣ ନିୟମ) ଅନୁସାରେ ଆରମ୍ଭ ହେଲା ଖଣି ଖନନ ପାଇଁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ରୂପାନ୍ତରଣ । ଏହି ରୂପାନ୍ତରଣରେ ଅଣଦେଖା ହେଲା ହତ ଭାଗା ହାତୀ । ପ୍ରକୃତି ଦତ୍ତ ବାସସ୍ଥାନକୁ ହରାଇ ହାତୀ ହେଲା ବେ’ଘର ।ଚମ୍ପୁଆ ବନାଞ୍ଚଳରେ ଦୁଇ ଦଶନ୍ଧି ପୂର୍ବରୁ ହାତୀର ଦୌର।ତ୍ମ୍ୟ ନ ଥିଲା ।
ଶିମିଳିପାଳ ଅଭୟାରଣ୍ୟରୁ ହାତୀପଲ ବୈତରଣୀ ନଦୀର ଯୋଡା ନିକଟ ମିରିଗଶିଙ୍ଗ। ସ୍ଥାନ ଅତିକ୍ରମ କରି ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଦେଇ ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ କୁ ଚାଲି ଯାଇ ଥାଆନ୍ତି । ସେହିପରି ଅନେକ ଦଳରେ ବିଭକ୍ତ ହୋଇ ହାତୀ ପଲ ଖଣ୍ଡବନ୍ଧ, ଵିଛ।କୁଣ୍ଡି,ଗୁରୁ ବେଡ଼।,ଚମକ୍ ପୂର୍,ଦଦୁଆଁ,ଖୁଣ୍ଟ ପାଣି, ରୋଇଡ।,ଗୁଆଲି,ବାରବ।ଙ୍କ୍,ଚୋରମାଲଦା., ପିଢ଼ପୋଖରୀ, ମଲଦା, ଦେଓଝର,ପାଚେରୀ, ବାଲ। ଗୋଡ।, ଉଲିବୁରୁ,କ।ରାକୋଲା, କିରିବୂରୁ,କେନ୍ଦୁଡିହି ପ୍ରଭୃତି ଅଞ୍ଚଳରେ ବିଚରଣ କରି ଥାଆନ୍ତି ।ଏହି ଅଞ୍ଚଳ ଗୁଡିକରେ ଭାରତ ବିଖ୍ୟାତ କମ୍ପାନୀ ମାନେ ଯାନ୍ତ୍ରିକ ଖଣି କରିବାରୁ ଉଚ୍ଚ ଶକ୍ତି ସମ୍ପନ୍ନ ଆଲୋକ ଏବଂ ବାରୁଦ ବିସ୍ଫୋରଣ ,ଭାରିଯ।ନ ଚଳାଚଳ ର ଶବ୍ଦ ପ୍ରଦୂଷଣ ହାତୀକୁ ଏହିସବୁ ଅଞ୍ଚଳରୁ ବିତାଡିତ କରି ଦେଇଥିଲା ।ଫଳରେ ହାତୀ ଗ୍ରାମ ଏବଂ ସହର ଆଡ଼କୁ ମୁହାଁଇଲ।
ବନ ବିଭାଗ ଦ୍ବାରା ଏହି ସବୁ ଅଞ୍ଚଳ ରୁ ପୁନଃ ଜଙ୍ଗଲ ଆଡ଼କୁ ଘୋଉଡ।ଇ ଦିଆ ଯାଉଥିଲେ ମଧ୍ୟ ଏକଦା ପ୍ରାକୃତିକ ବାସସ୍ଥାନ ହରାଇ ଥିବା ହାତୀ ଆଉ ଖଣି ଅଞ୍ଚଳ କୁ ଯିବାକୁ ଚାହିଁଲା ନାହିଁ ।ବାସହରା ହାତୀ ରାଜପଥ ଆଡ଼କୁ ମୁହଁ।ଇଲା ହେଲେ ବଡବଡ ଶିଳ୍ପ ପ୍ରତିଷ୍ଠାନ ର ରାଜପଥ ପାର୍ଶ୍ଵରେ ଯାଇଥିବା ପାଇପ ଲାଇନ୍ ହାତୀର ଚଲାପଥରେ ବାଧକ ସାଜିଲା । ଫଳରେ ହାତୀ ହୋଇ ଗଲା ହତଭାଗା ।ବଞ୍ଚିବା ପାଇଁ ଇତସ୍ଥତ ହାତୀର ଠିକଣା ହଜି ଗଲା ।
ହାତୀ ଠିକଣା ଖୋଜୁ ଖୋଜୁ କେତେବେଳ ରେଳ ଧାରଣାରେ ଦୁର୍ଘଟଣାରେ ପ୍ରାଣ ହରାଇଲା ଏବଂ ଭାରିଯ।ନ ଧକ୍କାରେ ମଧ୍ୟ ପ୍ରାଣ ହରାଇଲା ।ଗ୍ର।ମ।ଭିମୁଖି ହେବାରୁ ହାତୀ ମଣିଷ ଲଢେଇରେ ମଣିଷ ହାତୀକୁ ବିଦ୍ୟୁତ୍ କରେଣ୍ଟ ଏବଂ ବିଷ ଦେଇ ମଧ୍ୟ ହାତୀକୁ ହତ୍ୟା କରୁଛି । ଫଳରେ ଏବେ କେବଳ ଚମ୍ପୁଆ ବନାଞ୍ଚଳରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ହାତୀ ଘୁରି ବୁଲୁଛନ୍ତି । ଏକ ଅବଲୋକନ ଅନୁଯାୟୀ ,ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୪ ରୁ ଅଧିକ ହାତୀଙ୍କର ଅସ୍ଵାଭାବିକ ମୃତ୍ୟୁ ଘଟିଛି । ସରକାରୀ ସ୍ତରରେ ମଧ୍ୟ ହାତୀ କରିଡ଼ର ଫାଇଲ୍ ଭିତରେ ରହି ଯାଇଛି ।
/filters:format(webp)/sambad/media/media_files/2025/08/20/human-elephant-conflict-2025-08-20-17-41-24.jpeg)
ବନ ବିଭାଗ,ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ରୂପାନ୍ତରିତ କରିବା ପାଇଁ କେବଳ କାଗଜ ପତ୍ରରେ ସୀମିତ ରଖି ନୂତନ ବନୀକରଣ ନାମରେ କ।ମ୍ପା ଫଣ୍ଡ(କମ୍ପାନି ଅଫ ରେଷ୍ଟେଶନ ଏଣ୍ଡ ମ୍ୟାନେଜମେଣ୍ଟ ପ୍ଲାନ ଅଥରିଟି)ରେ ଅର୍ଥ ଆଦାୟରେ ସୀମିତ ରହିଛି । ଏ ସମ୍ପର୍କରେ ପରିବେଶବିତ୍ ଉଦୟ ଶଙ୍କର ଆଚାର୍ଯ୍ୟ କହିଛନ୍ତି ଯେ,ସତ୍ୟତା ହେଉଛି ହାତୀ ଏବେ ହତ ଭାଗା ହୋଇଛି ।ବ୍ୟାପକ ଖଣି ଖନନ ହେତୁ ଜଙ୍ଗଲରେ ପ୍ରାକୃତିକ ଜଳାଶୟ ,ଝରଣା,ଲୋପ ପାଇ ଗଲାଣି ।ହାତୀ ମାନଙ୍କ ର ଖାଦ୍ୟ ବାଉଁଶ , ବର ଗଛ,ପଣସ ,ଆମ୍ବ,ମହୁଲ,କେନ୍ଦୁ, ଚାଁର ଗଛ ଖଣି ଖନନ ଯୋଗୁ ଆଉ ଜଙ୍ଗଲରେ ନାହିଁ।
/filters:format(webp)/sambad/media/media_files/2025/08/20/human-elephant-conflict-2025-08-20-17-41-50.jpg)
ଜଙ୍ଗଲ ଲୋପ ପାଇବା ପରେ ଆକାଶିଆ ରୋପଣ କଲେ ଜଙ୍ଗଲର ଘନତ୍ୱ କମି ଯାଉଛି । ହାତୀ ଜନବସତି ମୁହାଁ ହେଉଛି ।ବୃକ୍ଷ ରୋପଣ କେବଳ କାଗଜପତ୍ର ରେ ସୀମିତ ରହି ଯାଇଛି ।ଗତ ଦଶ ବର୍ଷ ମଧ୍ୟରେ ସରକାର ବୃକ୍ଷ ରୋପଣ ,ନୂତନ ଜଙ୍ଗଲ ସୃଷ୍ଟି ପ୍ରଭୃତି କରିବା କଥା କୁହାଯାଉଥିଲେ ହେଁ ରୋପଣ ହୋଇଥିବା ବୃକ୍ଷ ରୁ କେତେ ବଞ୍ଚିଲା ,କେତେ ମଲା ଏହାର ହିସାବ ନାହିଁ ।
ଏ ନେଇ ଆଚାର୍ଯ୍ୟ କହିଛନ୍ତି ଯେ, ବନ୍ୟପ୍ରାଣୀ ଙ୍କ ସୁରକ୍ଷା ପାଇଁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କୁ ୫ ହଜାର ପୋଷ୍ଟକାର୍ଡ ଦସ୍ତଖତ କରି ଦିଆ ଯାଇ ଥିଲା ।ହେଲେ ଏହାର ପରିଣାମ କିଛି ମିଳି ନ ଥିଲା ।ସମସ୍ତେ ମିଳିମିଶି ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କଲେ ହାତୀ ବଂଶ ତିଷ୍ଠି ପ।ରିବ ଏବଂ ଖଣି ଖନନ ପାଇଁ ୧୯୯୦ ଦଶକରେ ଅନୁମୋଦିତ ହୋଇଥିବା ପରିବେଷିୟ ଅନୁମୋଦନ ନିୟମ ଅନୁଯାୟୀ ଖଣି ଖନନକୁ ସୀମିତ ରଖିବା ଉଚିତ୍ ବୋଲି ସେ କହିଛନ୍ତି ।
(ବେଣୁଧର ବେହେରାଙ୍କ ରିପୋର୍ଟ)
Elephant | Human-elephant conflict (HEC) | Odisha