ବରଗଡ଼: ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ରହିଛି। ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତର ସଲଡିହି ଗ୍ରାମରେ ଏକ ପରିବାରର ତିନି ଜଣକର ମୃତ୍ୟୁ ଘଟିଥିବା ବେଲେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ତିନି ମୃତକ ହେଲେ ମାଆ ପାନ ବରିହା(୨୮) ଏବଂ ତାଙ୍କର ଦୁଇ ଝିଅ ସୁନନ୍ଦା ବରିହା (୧୧) ଓ ପୁଅ ଆଦିତ୍ୟ ବରିହା(୩)। ଏମାନେ ଘରେ ଶୋଇଥିବା ବେଳେ ହାତୀ କାନ୍ଥ ଭାଙ୍ଗୀି ଏଭଳି ନାରକୀୟ କାଣ୍ଡ ଭିଆଇଥିବା ଜଣାଯାଇଛି।
ବର୍ତ୍ତମାନ ମଧ୍ୟ ସଲଡିହି ଅଞ୍ଚଳରେ ତିନୋଟି ହାତୀ ବୁଲୁଥିବାର ସୂଚନା ରହିଛି। ଏଣୁ ସମସ୍ତଙ୍କୁ ସତର୍କ ଏବଂ ସୁରକ୍ଷିତ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/5c65c83f-75df-4309-b075-14cc209e5526.jpeg)