ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ ଶୋଇଥିବା ବେଳେ ଘରୁ ଟେକି ଆଣି କଚାଡ଼ି ମାରିଦେଲା ହାତୀ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ବନାଞ୍ଚଳ ଅଧୀନସ୍ଥ ପନକିଟାଲ ଗ୍ରାମରେ।
ମିଳିଥିବା ସୂଚନା ଅନୁସାରେ, ହାତୀଟି ଧାନ ଖାଇବା ପାଇଁ ବଡ଼ିଭୋରୁ ନାରାୟଣ ଭୁଇଁଙ୍କ ଘରେ ପଶିଥିଲା। ସେ ଶୋଇଥିବା ବେଳେ ହାତୀଟି ତାଙ୍କୁ ଘରୁ ଟେକି ଆଣି କଚାଡ଼ି ମାରିଦେଇଛି। ହାତୀର ଏଭଳି କାଣ୍ଡ ଦେଖି ତାଙ୍କ ଘରପାଖରେ ଥିବା ଅନ୍ୟ ପରିବାରର ଲୋକେ ଦଉଡ଼ି ପଳାଇଥିଲେ। ଖବର ପାଇ ବନପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ସୋନପୁର ଡାକ୍ତରଖାନାକୁ ପଠାଇଥିଲେ।
ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ
/sambad/media/post_attachments/wp-content/uploads/2021/02/images-14-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)