ବାଘୁଣୀ ସୁୁନ୍ଦରୀକୁ ଜଗିବେ ବାପ-ପୁଅ : ଶିମିଳିପାଳରୁ ସାତକୋଶିଆ ଗଲେ ମହେନ୍ଦ୍ର ଓ ରାଜକୁମାର

ବାରିପଦା/ଅନୁଗୁଳ : ସୁନ୍ଦରୀକୁ ଜଗିବେ ମହେନ୍ଦ୍ର ଓ ରାଜକୁମାର। ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାରେ ସ୍ବତନ୍ତ୍ର ଏନକ୍ଲୋଜର ମଧୢରେ ଗତ ନଭେମ୍ବର ମାସରୁ ରହିଥିବା ବାଘୁଣୀ ସୁନ୍ଦରୀକୁ ଜଗିବା ତଥା ତାର ଗତିବିଧି ଉପରେ ନଜର ରଖିବା ପାଇଁ ଶିମିିଳିପାଳ ଅଭୟାରଣ୍ୟରୁ ୨ ପୋଷା ହାତୀ ମହେନ୍ଦ୍ର(୬୦) ଓ ରାଜକୁମାର(୧୪)ଙ୍କୁ ସାତକୋଶିଆ ନିଆଯାଇଛି। ଅ‌ାଉ ସବୁଠୁ ରୋଚକ କଥା ହେ‌ଲା ମହେନ୍ଦ୍ର ଓ ରାଜକୁମାର ହେଲେ ସମ୍ପର୍କରେ ବାପ-ପୁଅ। ତେଣୁ ବାପ-ପୁଅ ବାଘୁଣୀ ଉପରେ ନଜର ରଖିବାକୁ ଯିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଶିମିଳିପାଳର ପ୍ରମୁଖ ଅ˚ଶ ପାଲଟିଥିବା ମହେନ୍ଦ୍ର ଓ ରାଜକୁମାରଙ୍କ ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ ହୋଇ ଆସୁଥିଲା। ହେଲେ ବନବିଭାଗ ଓ ପ୍ରଶାସନ ପକ୍ଷରୁ ଏନେଇ ଆଲୋଚନା ମାଧ୍ୟମରେ ସହମତି ଆଣିବା ପରେ ରବିବାର ଭୋର ସମୟରୁ ଏହି ହାତୀ ଦୁହିଙ୍କୁ ସାତକୋଶିଆକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ ଦୀର୍ଘ ଦିନ ହେବ ଉଦ୍ୟମ ହୋଇଆସୁଥିଲା। ଏହି ଦୁଇ ପୋଷାହାତୀଙ୍କ ସହିତ ୪ ଜଣ ଦକ୍ଷ ତାଲିମ ପ୍ରାପ୍ତ ମାହୁନ୍ତ ଏବ˚ ୨ ଜଣ ଡ଼ାକ୍ତର ମଧ୍ୟ ଯାଇଥିବା ଜଣାପଡ଼ିଛି। ହାତୀ ଦୁଇଟି ସାତକୋଶିଆ ଅଭୟାରଣ୍ୟରେ ୧ ମାସ ରହି ସୁନ୍ଦରୀ ଉପରେ ଲକ୍ଷ୍ୟ ରଖିବା ପରେ ପୁଣି ଶିମିଳିପାଳକୁ ଫେରି ଆସିବେ ବୋଲି କୁହାଯାଉଛି। ମାତ୍ର ଏହାର ସଠିକ୍‌ ସମୟସୀମା ଜଣାପଡ଼ିନି।

ଏ ନେଇ ଶିମିଳିପାଳ ବ୍ୟାଘ୍ର ସ˚ରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଯଜ୍ଞଦତ ପତିଙ୍କ କହିବା ଅନୁସାରେ ସରକାରଙ୍କ ୱାଇଲ୍ଡ ଲାଇଫ ବିଭାଗର ନିର୍ଦ୍ଦେଶ ଅନୁସାରେ ଆମେ ମହେନ୍ଦ୍ର ଓ ରାଜକୁମାର ସହିତ ଅଭିଜ୍ଞମାହୁନ୍ତଙ୍କୁ ସାତକୋଶିଆ ପଠାଇଛୁ। ସାତକୋଶିଆରେ ମଧୢ ଦକ୍ଷ ବନ କର୍ମଚାରୀରହିଛନ୍ତି ା କୌଣସି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର