ହାତୀର ସ୍ମୃତିରକ୍ଷା: ନିର୍ମାଣ ହେଲା ମୀନାର

କେନ୍ଦୁଝର/ଚମ୍ପୁଆ : ହାତୀର ସ୍ମୃତି ରକ୍ଷା ପାଇଁ ନିର୍ମାଣ ହେଲା ହାତୀ ମୀନାର। ନିଜ ଜମିରେ ହାତୀଟି ବିଦ୍ୟୁତ୍‌ ତାର ସ˚ସ୍ପର୍ଶରେ ଆସି ମରି ଯାଇଥିଲା। ଏଥିପାଇଁ ସ୍ମୃତିସ୍ତମ୍ଭଟିଏ ନିର୍ମାଣ କରିବାକୁ ଇଛା ପ୍ରକାଶ କରିଥିଲେ ମା’। ମା’ଙ୍କ ଶେଷ ଇଛାକୁ ସମ୍ମାନ ଜଣାଇ ପୁଅ ଏଭଳି ସ୍ମୃତିସ୍ତମ୍ଭ ନିର୍ମାଣ କରିଛନ୍ତି। ଆଉ ଦିବଂଗତ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଚମ୍ପୁଆ ବ୍ଲକର ଜାଲି ଗ୍ରାମରେ ହୋଇଥିବା ଏହି ମୀନାର ଏବେ କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଏମିତି। ପ୍ରାୟ ୧୦ ବର୍ଷ ପୂର୍ବେ ଚମ୍ପୁଆ ବ୍ଲକର ଜାଲି ଗ୍ରାମରେ ରହୁଥିବା ଶିକ୍ଷାବିତ୍‌ ଡ. କୃଷ୍ଣଚନ୍ଦ୍ର ନାୟକଙ୍କ ଧାନ ବିଲରେ ଏକ ହାତୀ ବିଦ୍ୟୁତ୍‌ ତାର ସ˚ସ୍ପର୍ଶରେ ଆସି ପ୍ରାଣ ହରାଇଥିଲା। ହାତୀମୃତ୍ୟୁକୁ ନେଇ କୃଷ୍ଣଚନ୍ଦ୍ରଙ୍କ ମା’ ମର୍ମାହତ ହୋଇଥିଲେ। ତାଙ୍କ ବାପଘରେ ହାତୀକୁ ପୂଜା କରାଯାଉଥିବାରୁ ଏହି ଘଟଣାଟି ତାଙ୍କୁ ବହୁତ ବାଧିଥିଲା। ତେଣୁ ଏହି ହାତୀର ସ୍ମୃତି ରକ୍ଷା ପାଇଁ ଏଠାରେ ଏକ ସ୍ମୃତିସ୍ତମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେତେବେଳେ ଅର୍ଥ ସଙ୍କଟ ଥିଲା। ଏହାର କିଛି ବର୍ଷ ପରେ କୃଷ୍ଣଚନ୍ଦ୍ରଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା। ମା’ଙ୍କର ଏଇ ଇଚ୍ଛାକୁ ପୂରଣ କରିବାକୁ ପୁଅ କୃଷ୍ଣଚନ୍ଦ୍ର ଅଣ୍ଟା ଭିଡ଼ିଥିଲେ। ଏହି ଜମିରୁ ସ˚ଗୃହୀତ ଧାନ ଓ ଗ୍ରାମରୁ ସ˚ଗୃହୀତ ଅର୍ଥକୁ ବିନିଯୋଗ କରି ଗତବର୍ଷ ଏଠାରେ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ କୃଷ୍ଣଚନ୍ଦ୍ର। ଇତିମଧୢରେ ଏହି ‘ହାତୀ ମୀନାର’ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଗତ ମକର ସ˚କ୍ରାନ୍ତିରେ ଏହାର ଶୁଭ ଉନ୍ମୋଚନ ବି କରାଇଛନ୍ତି କୃଷ୍ଣଚନ୍ଦ୍ର। ଏବେ ହାତୀଟିଏର ସ୍ମୃତି ରକ୍ଷା ସହିତ ମା’ଙ୍କ ଶେଷ ଇଚ୍ଛା ପୂରଣ କରି ହାତୀ ମୀନାର ତିଆରି କରିଥିବାରୁ ଜିଲ୍ଲାବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଛି। ଏ ସ˚ପର୍କରେ ଡକ୍ଟର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, ମା’ଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ହାତୀ ମୀନାର ତିଆରି କରି ମୁଁ ବେଶ୍‌ ଆତ୍ମସନ୍ତୋଷ ପାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର