ମମତା ଆଗରେ ଫିକା ପଡିଗଲା ମୃତ୍ୟୁ: ଛୁଆର ମୃତ୍ୟୁ ପରେ ଜଗିରହିଲା ମା ହାତୀ

ସୁନ୍ଦରଗଡ଼: ଛୁଆ ହାତୀର ମୃତ ଦେହକୁ ଜଗି ରହିଛି ମା’ ହାତୀ । ପାଣି ଭିତରେ ଛୁଆ ହାତୀର ମୃତ ଦେହ ପଡ଼ିରହିଥିବା ବେଳେ ଏହାକୁ ଛାଡ଼ି ଯାଇପାରୁନାହିଁ ମା’ ହାତୀ । ପାଟି ଖୋଲି କଥା କହିପାରୁ ନଥିଲେ ମଧ୍ୟ ଏ ଦୃଶ୍ୟ ବୟାନ କରୁଛି ମା’ର ମମତା ଦୁରେଇ ପାରୁନି ମୃତ ଏବଂ ଜୀବନ୍ତ ମଧ୍ୟରେ ଥିବା ଦୂରତା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୁଆଁରମୁଣ୍ଡା ରେଂଜ ସାନଢବାକୁଦର ଜଙ୍ଗଲରେ ।

ଶିକାରୀ ବାରହା ଶିକାର ପାଇଁ ଫାଶ ପକାଇଥିବାବେଳେ ହାତୀ ଛୁଆଟି ଏହି ଫାଶରେ ପଡ଼ି ମରିଯାଇଛି । ହେଲେ ମା’ ମନ କଣ ମାନୁଛି ତାର ଛୁଆ ମରିଯାଇଛି ବୋଲି । ସେ ହାତୀ ଛୁଆଟିକୁ ବଂଚାଇବା ପାଇଁ କେମିତି ପ୍ରୟାସ କରୁଛି ଏହି ଦୃଶ୍ୟରୁ ବେଶ ବାରି ହୋଇପଡୁଛି ।

ହାତୀଟି ତାର ଗୋଡ଼ରେ ଛୁଆ ହାତୀକୁ ଉଠାଇବାକୁ ଚେଷ୍ଟା କରୁଛି ଏହାର କିଛି ସମୟ ପରେ କିଛି ବାଟ ଯାଇ ଅନ୍ୟ ହାତୀ ମାନଙ୍କୁ ଡ଼ାକିବାକୁ ଚେଷ୍ଟା କରୁଛି । ପୁଣି ଛୁଆ ହାତୀ ନିକଟକୁ ଫେରିଆସୁଛି । ଏଭଳି ଏକ ଭାବପ୍ରବଣ ଭରା ଦୃଶ୍ୟ ସୁନ୍ଦରଗଡ଼ କୁଆଁରମୁଣ୍ଡା ରେଂଜ ସାନଢବାକୁଦର ଜଙ୍ଗଲରେ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର