୬ଜଣ ହାତୀ ଶିକାରୀଙ୍କୁ ଗିରଫ କଲା ବନବିଭାଗ

କେନ୍ଦୁଝର; କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାଠାରେ ରଜରେ ବିଦ୍ୟୁତ ତାର ବିଛାଇ ଦୁଇଟି ହାତୀଙ୍କୁ ହତ୍ୟା କରିବା ଘଟଣାରେ ଶୁକ୍ରବାର ବନ ବିଭାଗ ୩ଜଣ ଶିକାରୀଙ୍କୁ ଗିରଫ କରିଛି। ଏଥିସହ ତେଲକୋଇ ଅଞ୍ଚଳରେ ବି ବନ୍ୟଜନ୍ତୁ ଶିକାର ଘଟଣାରେ ବନବିଭାଗ ୩ଜଣଙ୍କୁ ଗିରଫ କରି ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ ସହ ବହୁ ହାତୀ ଶିକାର ସାମଗ୍ରୀ ଜବତ କରିଛି ।

ଉଲ୍ଲେଖଯୋଗ୍ୟ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାଠାରେ ରଜରେ ଦୁଇ ହାତୀଙ୍କୁ ହତ୍ୟା ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିଲା। ଯୋଡ଼ା ସେକ୍ସନର ଫରେଷ୍ଟର ପିଅନ ନାଏକ ଓ ଜୁରୁଡ଼ି ବିଟର ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓଙ୍କୁ ନିଲମ୍ବିତ କରାଯାଇଥିବା କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀ ସୂଚନା ଦେଇଥିଲେ। ଦନ୍ତାକୁ ହତ୍ୟା ପରେ ଦାନ୍ତ କାଢ଼ି ଅଭିଯୁକ୍ତ ନେଇଯାଇଥିବା ଅନୁମାନ କରାଯାଉଥିଲା।

Asian elephants gang up in a bid to survive an increasingly human ...

କେନ୍ଦୁଝର ଜିଲ୍ଲାରେ ଦିନକୁଦିନ ହାତୀ ମୃତ୍ୟୁ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୫୧ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଦୁଇ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ଏବଂ ନେସ୍କୋ ପରସ୍ପର ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର