ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାରେ ହାତୀପଲ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ନିକଟରେ କର୍ଲାପାଟ ଅଭୟାରଣ୍ୟ ରହିଛି। ଏଠାରେ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀ ଥିବାରୁ ଲୋକେ ଯାତାୟାତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି।
/sambad/media/post_attachments/wp-content/uploads/2020/03/654dgd98g798d7jdg98jdgjdgjdgjdjdgdggjddgjg_2.jpg)
ମଙ୍ଗଳବାର ସକାଳେ ଜାଖମ ଫୁର୍ଲିଝରନ ମଧ୍ୟବର୍ତ୍ତୀ ଅଂଚଳରେ ହାତୀ ରାସ୍ତା ଅତିକ୍ରମ ହେଉଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ହଠାତ୍ ଏକ ଯାତ୍ରୀବାହୀ ବସ୍ ସହ ହାତୀର ଆମ୍ନାସାମ୍ନା ହୋଇଥିଲା। ବହୁ ସମୟ ଧରି ହାତୀଟି ରାସ୍ତାର ଉଭୟ ପଟରେ ଚଳପ୍ରଚଳ କରୁଥିବାରୁ ବାଇକ୍ ଆରୋହୀ ଆତଙ୍କିତ ହୋଇ ଫେରି ଯାଇଥିଲେ। ରାସ୍ତାର ଉଭୟ ପାର୍ଶ୍ବର ପ୍ରାୟ ୫ ଶହ ମିଟର ଦୂରରେ ବହୁ ଗାଡ଼ି ମଟର ଅଟକି ରହିଥିଲା। ବେଶ୍ କିଛି ସମୟ ପରେ ହାତୀ ଜଙ୍ଗଲ ଭିତରକୁ ଚାଲିଯିବା ପରେ ଯାତାୟାତ ସ୍ବାଭାବିକ ହେଇଥିଲା। ଏହି ପରିପ୍ରେକ୍ଷୀରେ କଲମପୁର ସିଙ୍ଗାରୀଘାଟି ରାସ୍ତାର ଉନ୍ନତୀକରଣ କରାଯିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Elephant-on-Roads_Thumbnail.jpg)