ଉଲୁଣ୍ଡା: ଏକ ଜଙ୍ଗଲୀ ହନ୍ତା ହାତୀ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ ହିଙ୍ଗମା ଗାଁରେ ପହଞ୍ଚିଛି। ହାତୀଟି ଦିନ ଦି’ପହରରେ ପିଚୁରାସ୍ତାରେ ଚାଲୁଥିବା ବେଳେ ଗାଁର ଯୁବକମାନେ ମୋବାଇଲ୍ କ୍ୟାମେରାରେ ସେଲ୍ଫି ନେଇଛନ୍ତି।
ସୂଚନା ଅନୁସାରେ ଦନ୍ତାଟି ଆଜି ଅପରାହ୍ଣ ପ୍ରାୟ ୪ଟାରେ ଧର୍ମଶାଳା ଦେଇ ରକ୍ସା ରାସ୍ତା, ହିଙ୍ଗମା, ଟିକୁଡା ମସିଣାପାଳି, କୈରାଝୁଲି, କ୍ଷୀରପୁର ଆଡ଼ିଆ ଗ୍ରାମକୁ ପହଞ୍ଚି ଥିଲା। ହାତୀ ଆସିବା ଖବର ପାଇଁ ଜଙ୍ଗଲ ବିଭାଗର କର୍ମଚାରୀମାନେ ପହଞ୍ଚି ଥିଲେ। ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗର କର୍ମଚାରୀ ସହିତ ବିଦ୍ୟୁତ୍ ବିଭାଗ କର୍ମଚାରୀ ବି ସାମିଲ ହୋଇଥିଲେ। ହାତୀକୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ଆପ୍ରାଣ ଚେଷ୍ଟା କରିଥିଲା।
ହାତୀ ପଛ ଘୁଞ୍ଚା ଦେଇ ଥିଲା ଓ ଉତକ୍ଷିପ୍ତ ହୋଇ ଥିଲା। କିନ୍ତୁ କାହାରି କିଛି କ୍ଷତି କରି ନ ଥିଲା। ହାତୀଟି ବମରାଜ ରାସ୍ତାରେ ଆଗକୁ ବଢ଼ିଥିଲା ହାତୀର ଆଗ ଓ ପଛରେ ବନ କର୍ମଚାରୀ ଯାଉଥିବା ଦେଖି ବାକୁ ମିଳିଥିଲା। ସେହିପରି ହାତୀ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା କେତେକ ଲୋକ ହାତୀ ସହ ଦୂରରୁ ନିଜ ନିଜ ମୋବାଇଲ୍ରେ ସେଲ୍ଫି ନେଉଥିଲେ। ଶେଷରେ ହାତୀ କାହାରି କିଛି କ୍ଷତି ନକରି ଜଙ୍ଗଲ ଭିତରକୁ ପ୍ରବେଶ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/e81212b2-c3bb-4851-bd06-4b2509c9bf51.jpeg)