ରାଜଗାଙ୍ଗପୁର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ସୋନାଖାନ ଏବଂ ସାଗରା ରେଳ ଷ୍ଟେସନ ମଝିରେ ଅପ୍ ଲାଇନରେ ଖୁଣ୍ଟ ନମ୍ବର ୪୫୩/୨୩ ଏବଂ ୨୫ ମଝିରେ ଗୁରୁବାର ସକାଳୁ ଟ୍ରେନ୍ ଧକ୍କାରେ ଏକ ହାତୀ ଗୁରୁତର ହୋଇ ରେଳ ଧାରଣାରେ ପଡ଼ି ରହିଛି। ହାତୀଟି ଜୀବିତ ରହିଥିବାବେଳେ ଛଟପଟ ହେଉଛି। ସକାଳୁ ସକାଳୁ ଏହି ଘଟଣା ଘଟିଛି।
ବର୍ତ୍ତମାନ ଟ୍ରେନ୍ ତୃତୀୟ ଲାଇନ୍ରେ ଯିବାଆସିବା କରୁଛି। ଅପ୍ ଏବଂ ଡାଉନ୍ ଲାଇନରେ ଟ୍ରେନ୍ ଯିବାଆସିବା ବନ୍ଦ ଅଛି।
ଏହି ଘଟଣା ମୁଣ୍ଡଲେସା ଗ୍ରାମ ନିକଟରେ ଘଟିଛି। ଯଦିଓ ବାମରା ବନଖଣ୍ଡ ସୀମାରେ ଘଟଣା ଘଟିଛି, କିନ୍ତୁ ତାହା ରାଉରକେଲା ବନଖଣ୍ଡ ରାଜଗାଙ୍ଗପୁର ରେଞ୍ଜ ସୋନାଖାନ୍ ବିଟ୍ରେ ଆସୁଛି । ହାତୀକୁ ଉଦ୍ଧାର କରିବା ପାଇଁ ବାମରା,ରାଉରକେଲା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ରେଳବାଇ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।
sundargarh | Elephant
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/04/elephant-seriously-injured-in-train-collision-2025-09-04-09-57-51.jpg)