ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ଗଣପର୍ବ ‘ରଜ’ ପାଖେଇ ଆସିଛି। ଆସନ୍ତା ୭ ତାରିଖରେ ରଜ ପାଳନ ହେବ। ରଜ ପର୍ବରେ ପାନ, ପିଠା, ଦୋଳି ଓ ଗଜରାଜ ମନେ ପଡ଼ନ୍ତି। ପ୍ରଥମ ୩ଟି ଜିନିଷ ମିଳିପାରୁଛି। କିନ୍ତୁ ଗଜରାଜ ଏବେ ସୁରକ୍ଷିତ ନାହିଁ। ବିଗତ କିଛି ଦିନ ମଧ୍ୟରେ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ନରସିଂହପୁର ଜଙ୍ଗଲରେ ହାତୀମାନେ ଅଧିକ ଅସୁରକ୍ଷିତ ହୋଇଥିବା ଜଣାଯାଇଛି। ଗୋଟିଏ ମାସ ଭିତରେ ୪ଟି ହାତୀ ମୃତ୍ୟୁର ଶିକାର ହୋଇଛନ୍ତି।
ନରସିଂହପୁର ଜଙ୍ଗଲରେ ପୁଣି ଏକ ହାତୀ ଶିକାରୀଙ୍କ ଟାର୍ଗେଟ ହୋଇଛି। ଗୁଳିରେ ଦନ୍ତାହାତୀ ଗୁରୁତର ହୋଇଛି। ନିଜ ଫେସ୍ବୁକ୍ ପେଜ୍ରେ ଫଟୋ ସହ ଗୁଳିବିଦ୍ଧ ହାତୀ ସଂପର୍କରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି। ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ଫୋନରେ କଥା ହୋଇ ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞଙ୍କ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି।
/sambad/media/post_attachments/wp-content/uploads/2022/06/elephant-1.jpg)
ଫେସ୍ବୁକ୍ ପେଜ୍ରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ଏଇ କିଛି ସମୟ ଆଗରୁ ନରସିଂହପୁରର ଯୁବନେତା ନିର୍ମଳ ଜେନାଙ୍କ ଠାରୁ ଖବର ପାଇଲି ଯେ କିଛି ଗ୍ରାମବାସୀ ପାଖ ଜଙ୍ଗଲରେ ଏକ ଦନ୍ତା ହାଥୀ ଗୁଳିବିଦ୍ଧ ହୋଇ ଯନ୍ତ୍ରଣା ପାଉଥିବା ଦେଖିଥିଲେ। ବନବିଭାଗର କର୍ମଚାରୀମାନେ ମଧ୍ୟ ଏନେଇ ଅବଗତ ହୋଇଛନ୍ତି। ଭେଟରନାରୀ ଡାକ୍ତର ଆଶୁ ଚିକିତ୍ସା କରିଛନ୍ତି କିନ୍ତୁ ବିଶେଷଜ୍ଞଙ୍କ ଆବଶ୍ୟକତା ଅଛି। ଏହି ଘଟଣାରେ ମୁଁ ତୁରନ୍ତ ଟେଲିଫୋନ ଯୋଗେ ଓଡ଼ିଶାର ନୂତନ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅବଗତ କରାଇ ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞ ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ କରିଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମଧ୍ୟ ଅଫିସର ସ୍ଥରୀୟ ଯୋଗାଯୋଗ ଓ ବ୍ୟବସ୍ଥା ପାଇଁ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/48299d71-f370-4f55-84cc-4e91494082c2.jpg)