ସାତକୋଶିଆରେ ହାତୀ ଅସୁସ୍ଥ

ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଗୋଟିଏ ହାତୀ ଅସୁସ୍ଥ ହୋଇପଡ଼ିଛି। ଅସୁସ୍ଥା ଅବସ୍ଥାରେ ବି ସେ ବୁଲାବୁଲି କରୁଛି। ହାତୀର ଗୋଡ଼ରେ ଆଘାତ ଲାଗିଥିବାବେଳେ ସେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟରେ ଏକ ହାତୀର ଗୋଡରେ ଆଘାତ ଲାଗିଛି। କେଉଁ କାରଣରୁ ଏହି ଆଘାତ ହୋଇଛି, ତାହା ସ୍ପଷ୍ଟ ହୋଇ ନ ଥିଲାବେଳେ ଏବେ ହାତୀଟି ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ବୁଲୁଛି। ଏଥିନେଇ ବନ ବିଭାଗ ଖବର ପାଇବା ପ‌ରେ ଗତକାଲିଠାରୁ ସାତକୋଶିଆର ବିଭିନ୍ନ ଅଞ୍ଚଳରେ ହାତୀକୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଛି। ହେଲେ, ହାତୀର କୌଣସି ସନ୍ଧାନ ମିଳିପାରିନାହିଁ। ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା କହିଛନ୍ତି ଯେ, ଗୋଟିଏ ହାତୀ ଅସୁସ୍ଥ ଥିବାନେଇ ଖବର ମିଳିବା ପରେ ତାକୁ ଖୋଜାହେଉଛି। ତେବେ କେଉଁ ବନାଞ୍ଚଳରେ ହାତୀଟି ରହିଛି ଜଣା ପଡିନାହିଁ।

ସମ୍ବନ୍ଧିତ ଖବର