ସାତକୋଶିଆରୁ ହାତୀ କଙ୍କାଳ ଉଦ୍ଧାର

ଅନୁଗୁଳ/ବନ୍ତଳା : ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ। ଯୁଗ୍ମ ଟାସ୍କଫୋର୍ସ(ଜେଟିଏଫ୍‌) ଆଜି ପମ୍ପାସର ରେଞ୍ଜ ତରଭା ସେକ୍ସନର ଛୋଟାମୁଣ୍ଡା ନିକଟରୁ ଏକ ମାଈ ହାତୀ କଙ୍କାଳ ପାଇଛି। ପାହାଡ଼ ଖୋଲ ଭିତରେ ଏହି ହାତୀ କଙ୍କାଳ ପଡ଼ିଥିଲାବେଳେ ପାଖାପାଖି ୪ ମାସ ତଳେ ହାତୀର ମୃତ୍ୟୁ ହୋଇଥିବା

ଅନୁମାନ କରାଯାଉଛି। ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଭୁବନେଶ୍ବରର ଓୟୁଏଟିକୁ ନମୁନା ପଠାଯାଇଛି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଛୋଟାମୁଣ୍ଡା ପାହାଡ଼ ନିକଟରେ ଏକ ହାତୀ କଙ୍କାଳ ପଡ଼ିଥିବା ଶନିବାର ଫାୟାର ଲାଇନ୍‌ର ନିୟୋଜିତ କର୍ମଚାରୀ ଦେଖିବାକୁ ପାଇଥିଲେ। ଖବର ପାଇ ଆଜି ଜେଟିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀ କଙ୍କାଳ, ଚମଡ଼ା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଥିଲେ। ସଂଗୃହୀତ ନମୁନାକୁ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି। ଏପଟେ ମୃତ ହାତୀଟି କୌଣସି ରୋଗରେ ପଡ଼ି ମରିଛି କି ଶିକାରୀ ତାକୁ ହତ୍ୟା କରିଛନ୍ତି ତାର ଖୋଳତାଡ଼ ଆରମ୍ଭ ହୋଇଛି। ହାତୀର ବୟସ ପ୍ରାୟ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଥିଲାବେଳେ ଗତ ଶୀତ ସମୟରେ ଏହାର ମୃତ୍ୟୁ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର