ମାଟି ତଳୁ ଦନ୍ତାହାତୀ କଙ୍କାଳ ଉଦ୍ଧାର ଘଟଣା: ଆଉ ଜଣେ ଗିରଫ

କଟକ/ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଗିରି ସ˚ରକ୍ଷିତ ଜଙ୍ଗଲ ସନ୍ନିକଟ ମହତାବନ୍ଧରୁ ଏସଟିଏଫ୍‌ ଦ୍ବାରା ମାଟିତଳୁ ଦନ୍ତାହାତୀ କଙ୍କାଳ ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ବନବିଭାଗ ଗିରଫ କରିଛି। ସ˚ପୃକ୍ତ ଅଭିଯୁକ୍ତ ଉକ୍ତ ହାତୀର ଦାନ୍ତ ଚୋରି ଘଟଣାରେ ସାମିଲ ଥିବା ବନବିଭାଗ ଜାଣିବାକୁ ପାଇଛି।  ଗିରଫ ଅଭିଯୁକ୍ତ ନରସି˚ହପୁର ବ୍ଲକ ଅନ୍ତର୍ଗତ ଜେନାପାଳ ଗ୍ରାମର ସୁବାସ ସାହୁ (୫୩)। ତାକୁ କଟକରୁ ପୁଲିସ ସହାୟତାରେ ବନ ବିଭାଗ ଗିରଫ କରିଛି। ତଥ୍ୟ ଅନୁଯାୟୀ ଆଠଗଡ଼ ବନଖଣ୍ତ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ବିଶେଷ ସୂତ୍ରରୁ ଖବରପାଇ ଅଭିଯୁକ୍ତ ସୁବାସକୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ସହକାରୀ ବନଖଣ୍ତ ଅଧିକାରୀ ଘନଶ୍ୟାମ ମୁଦୁଲି ଏବ˚ ବଡ଼ମ୍ବା ସଦର ବନପାଳ ସବିତା ରାଉତ ଅଭିଯୁକ୍ତକୁ ଗିରଫ କରିବା ସହ ଶନିବାର ବଡ଼ମ୍ବା କୋର୍ଟରେ ହାଜର କରାଇଥିଲେ। ତାର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ପଠାଇ ଦିଆଯାଇଛି।

ପ୍ରକାଶ ଥାଉକି ଗତ ଜୁନ ୨ ତାରିଖରେ ଏସଟିଏଫ୍‌ ପକ୍ଷରୁ ବଡ଼ମ୍ବା ବନାଞ୍ଚଳରେ ମାଟି ତଳେ ପୋତା ଯାଇଥିବା ଏକ ଦନ୍ତା ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ପରେପରେ ଆଉ ୩ଟି ଘଟଣା ଲୋକଲୋଚନକୁ ଆସିଥିଲା। ଏହି ସମସ୍ତ ଘଟଣାରେ ସ˚ପୃକ୍ତ ବନ କର୍ମଚାରୀ, ଶିକାରୀ ସମେତ ୧୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥି ସହ ଜଣେ ରେଞ୍ଜରଙ୍କ ସମେତ ୫ଜଣ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅନ୍ୟପଟେ ୨ଜଣ ଫରେଷ୍ଟର ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର