ବାରିପଦାର କୁକୁଡ଼ାଜୁଡ଼ି ଜଙ୍ଗଲରେ ପ୍ରାୟ ୫ ଜଙ୍ଗଲୀ ହାତୀଙ୍କ ଉତ୍ପାତ, ବୃଦ୍ଧଙ୍କୁ ଦଳି ମାରିଦେଲେ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡ଼ାଜୁଡ଼ି ଜଙ୍ଗଲରେ ପ୍ରାୟ ୫ଟି ଜଙ୍ଗଲୀ ହାତୀଙ୍କ ଉତ୍ପାତ ଜାରି ରହିଥିବାର ଖବର ମିଳିଛି।  ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରୁ ୫ଟି ଜଙ୍ଗଲୀ ହାତୀ ବାରିପଦା ବନଖଣ୍ଡର ରଜାବସା ଜଙ୍ଗଲରେ ପଶି ଆସିଥିଲେ ।  ସେମାନଙ୍କ ସାମ୍ନାରେ ଜଣେ ବୃଦ୍ଧ ପଡ଼ିଯାଇଥିଲେ। ଏହାପରେ ଏହି ହାତୀମାନେ ତାଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି। ମୃତକଙ୍କ ନାମ ଚତୁର୍ଭୁଜ ନାୟକ ବୋଲି ଜଣାଯାଇଛି। ତାଙ୍କର ବୟସ ୬୦ ବର୍ଷ ବୋଲି କୁହାଯାଉଛି।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ । ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ  ବନ ବିଭାଗ କିମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର