ରାଜପଥରେ ଦନ୍ତା ଉତ୍ପାତ: ଅଧ ଘଣ୍ଟା ଯାଏଁ ଗମନାଗମନ ପ୍ରଭାବିତ, ଲୋକେ ଚିନ୍ତିତ

ନିରାକାରପୁର: ଜନବସତି ନିକଟରେ ଆଜି ସନ୍ଧ୍ୟା ୫ଟା ବେଳେ ଖୋର୍ଦ୍ଧା ଜିଲ୍ଲା ନୂଆ ଜଗନ୍ନାଥ ସଡ଼କର ରାମେଶ୍ୱର ପଡିଆ ନିକଟରେ ଏକ ଜଙ୍ଗଲୀ ହାତୀ ଉତ୍ପାତ କରିବା ଦେଖିବାକୁ ମିଳିଥିଲା। ଫଳରେ ଅଧ ଘଣ୍ଟାରୁ ଊର୍ଦ୍ଧ୍ବ  ସମୟ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ହାତୀ ଭୟରେ ସଡ଼କ ଯାତ୍ରୀମାନେ ବିକଳରେ ଯେ ଜୁଆଡେ ପାଇଲେ ଧାଇଁବାକୁ ଲାଗିଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପଞ୍ଚିଲା ବେଳକୁ ଦନ୍ତାଟି ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ହାତୀ ଭୟରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଥିବା ଜଣାଯାଇଛି।

ବନବିଭାଗ ସୂଚନା ଅନୁଯାଇ ରାମେଶ୍ୱର ଠାରେ ୨୧ଟି ହାତୀ ଭିନ୍ନ ଭିନ୍ନ ସ୍ଥାନରେ ଗ୍ରୁପ କରି ରହିଥିବା ଜଣାଯାଇଛି। ଦିନ ସମୟରେ ହାତୀମାନେ ଜଙ୍ଗଲରେ ରହୁଥିଲା ବେଳେ ରାତି ବାହାରି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ତେବେ ଆଖପାଖର ଗାଁଲୋକେ (ରାମେଶ୍ବର, ଜଙ୍କିଆ, ନିରାକାରପୁର, ଗୋଳବାଇ, ସିକୋ) ହାତୀ ଉତ୍ପାତ ନେଇ ଅଧିକ ଚିନ୍ତିତ ଦେଖାଯାଇଛନ୍ତି। ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାଗୁଡ଼ିକ ସନ୍ଧ୍ୟା ସମୟ ପରେ ଏକ ପ୍ରକାର ବନ୍ଦ ହୋଇଯାଉଛି।

 

 

ସମ୍ବନ୍ଧିତ ଖବର