ଯୁଯୁମୁରା : ଯୁଯୁମୁରା ବ୍ଲକ ମୁଣ୍ଢେର ଅଞ୍ଚଳରେ ବଣୁଆ ଦନ୍ତା ‘ଡନ’ର ଉପଦ୍ରବ ଥମିବାର ନାଁ ନେଉନାହିଁ। ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ରବିବାର ରାତି ପ୍ରାୟ ୮ଟା ବେଳେ ଦନ୍ତା ଉପଦ୍ରବ କରିଛି। ପ୍ରାୟ ଅଧ ଘଣ୍ଟା ଧରି ଉତ୍ପାତ କରିବା ପରେ ଦନ୍ତା ଜଙ୍ଗଲ ମୁହାଁ ହୋଇଥିବା ଜଣାପଡ଼ିଛି।

Advertisment

publive-image

ନିଜ ପଲଠୁ ଅଲଗା ହୋଇ ସଦର ରେଞ୍ଜ୍‌ର ଝାଙ୍କରପାଲି ଓ ବସିଆପଡ଼ା ସେକ୍ସନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ହାତୀ ଟ୍ରାକ କରୁଥିବା ସ୍କ୍ବାଡ୍‌ର ସୁରେଶ କ୍ରସର ନିକଟରେ ହାତୀ ସହ ମୁହାଁମୁହିଁ  ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରବର୍ତ୍ତୀ ସମୟରେ ହାତୀ ରାଜପଥ ଅତିକ୍ରମ କରିବାକୁ ଯାଉଥିବା ବେଳେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ କରାଯାଇଥିଲା। ହେଲେ ଦନ୍ତା ରାଜପଥ ଅତିକ୍ରମ ନକରି ଗାଁ ମୁହାଁ ହୋଇ ରଘୁନାଥ ମଲ୍ଲିକ, ନୀଳମଣି ବନଛୋର, ଜୟକୃଷ୍ଣ ବନଛୋର, ପ୍ରେମଶୀଳା ଦେହୁରୀଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ ତୁରନ୍ତ ଏହି ଦନ୍ତାହାତୀର ପ୍ରତିକାର କରି ଲୋକଙ୍କ ଧନଜୀବନ ସୁରକ୍ଷିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।