ଅନୁଗୋଳ: ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ଏଭଳି ଘଟଣା ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଆଶା ଦେହୁରୀ।

Advertisment

ଶନିବାର ସକାଳେ ଆଶା ଆମ୍ବ ଗୋଟାଇବାକୁ ଘର ନିକଟ ବଗିଚାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ନିଜ ଜୀବନ ବଞ୍ଚାଇବାକୁ ସେ ଦୌଡ଼ି ଥିଲେ। ହାତୀଟି ତାଙ୍କୁ ଗୋଡ଼ାଇଥିଲା। ପରେ ତାଙ୍କୁ ଶୁଣ୍ଢରେ ଟେକି ନେଇ ତଳେ କଚାଡି ଦଳି ଦେଇଥିଲା।

ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି। ବୃଦ୍ଧାଙ୍କୁ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି। ମୃତ ବୃଦ୍ଧାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।