ମୁଣ୍ଡୁଳି ବ୍ୟାରେଜ୍ ମହାନଦୀରେ ଫସି ରହିଛି କୁନି ହାତୀ, ଭିଡିଓ ଦେଖନ୍ତୁ

ଘଟଣାସ୍ଥଳରେ ପହଞ୍ଚିଲେ ବନ ବିଭାଗ, ଅଗ୍ନିଶମ ବାହିନୀ

ଭୁବନେଶ୍ବର : ଆଠଗଡ଼ ମୁଣ୍ଡୁଳି ବ୍ୟାରେଜ୍ ନିକଟରେ ମହାନଦୀର ପ୍ରଖର ଜଳସ୍ରୋତରେ ଏକ ହାତୀପଲ ଭାସିଯାଇଥିବା ଖବର ମିଳିଛି । ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି । ତେବେ ଗୋଟିଏ ଶିଶୁ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଲାଖି ରହି ବଞ୍ଚିବାକୁ ସଂଘର୍ଷ କରୁଛି ।

ଆଠଗଡ ରେଞ୍ଜରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୭ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ  କେତେକ ହାତୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ଟି ହାତୀ  ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟ ନିକଟରେ ଲାଗିଛନ୍ତି । ତେବେ ଗୋଟିଏ ଶିଶୁ ହାତୀ ବ୍ୟାରେଜ ନିକଟରେ ଫସି ରହିଛି । ଘଟଣାସ୍ଥଳରେ ବନବିଭାଗ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏକ ରସିରେ ଟାୟାର ବାନ୍ଧି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ହାତୀଟିକୁ ଉଦ୍ଧାର କରାଯାଇପାରି ନାହିଁ ।

ହାତୀକୁ ଦେଖିବାକୁ ଘଟଣାସ୍ଥଳରେ ଓ ବ୍ୟାରେଜ ଉପରେ ଜନଗହଳି ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର